ଇସ୍ଲାମାବାଦ : ପାକିସ୍ତାନର ବିଭିନ୍ନ ସ୍ଥାନରେ ଭାରତର ଆକ୍ରମଣ ଯୋଗୁଁ ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ ହୋଇଛି ପାକିସ୍ତାନ । ଭାରତର ଆକ୍ରମଣ ଜବାବରେ ଆକ୍ରମଣ କରିବାକୁ ପାକ୍ ସେନା ଓ ସରକାର ପ୍ରସ୍ତୁତ ହେଉଛନ୍ତି । ଏଥିପାଇଁ ପାକ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ପାକିସ୍ତାନ ସେନାକୁ ଅନୁମତି ପ୍ରଦାନ କରିଛନ୍ତି ।ବୁଧବାର ରାତିରେ ପିଓକ ଓ ପାକିସ୍ତାନର କେତେକ ସ୍ଥାନରେ ଭାରତର ଆକ୍ରମଣ ପରେ ପାକିସ୍ତାନର ଗୁରୁତ୍ବପୂର୍ଣ୍ଣ ଜାତୀୟ ସୁରକ୍ଷା କମିଟି (ଏନଏସସି)ର ବୈଠକ ବସିଥିଲା ଓ ଏଥିରେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଅଧ୍ୟକ୍ଷତା କରିଥିଲେ । ବୈଠକରେ ପାକ୍ ସେନାଧ୍ୟକ୍ଷ ଅସିମ ମୁନୀର ଓ ଅନ୍ୟ ବରିଷ୍ଠ ସେନାଧିକାରୀମାନେ ଯୋଗ ଦେଇଥିଲେ । ବୈଠକ ପରେ ସରିଫ କହିଥିଲେ ଯେ ଆତ୍ମରକ୍ଷାର ଅଧିକାର ପାକିସ୍ତାନର ରହିଛି । ଜବାବୀ କାର୍ଯ୍ୟାନୁଷ୍ଠାନ ପାଇଁ ପାକିସ୍ତାନ ନିଜେ ସ୍ଥାନ, ସମୟ ଓ ପଦ୍ଧତି ନିଶ୍ଚିତ କରିବ ।