Friday, October 2, 2026
25.2 C
Odisha

    ଭାରତ ଫେରିଲେ ବିନେଶ ଫୋଗଟ, ବିମାନ ବନ୍ଦରରେ ବିନେଶଙ୍କୁ ଭବ୍ୟ ସ୍ବାଗତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପ୍ଯାରିସ ଅଲିମ୍ପିକ୍ସରେ ପଦକରୁ ବଞ୍ଚିତ ହୋଇଥିବା ଭିନେଶଙ୍କୁ ଦିଲ୍ଲୀ ବିମାନ ବନ୍ଦରରେ ଭବ୍ଯ ସ୍ବାଗତ କରାଯାଇଥିଲା। ସେଠାରେ ହଜାର ହଜାର ଶୁଭେଚ୍ଛୁ ବିନେଶଙ୍କୁ ସ୍ବାଗତ କରିଥିଲେ।
    ମହିଳା ୫୦ କେଜି ଇଭେଣ୍ଟରେ ୧୦୦ ଗ୍ରାମ ଓଜନ ବୃଦ୍ଧି କାରଣରୁ ତାଙ୍କୁ ଇଭେଣ୍ଟରୁ ବାଦ ଦିଆଯାଇଥିଲା। ଏହାକୁ ନେଇ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। କମିଟିର ନିଷ୍ପତ୍ତି ବିରୋଧରେ ଭିନେଶ କୋର୍ଟ ଅଫ ଆର୍ବିଟ୍ରେସନ ଫର ସ୍ପୋର୍ଟ ବା ସିଏଏସଙ୍କ ଦ୍ବାରସ୍ଥ ହୋଇଥିଲେ। ମାତ୍ର ସେଠାରେ ବି ତାଙ୍କୁ ନିରାଶ ହେବାକୁ ପଡିଥିଲା। ଦିଲ୍ଲୀରେ ପହଞ୍ଚିବା ପରେ ସେ ଅଲିମ୍ପିକ ମେଡାଲରୁ ବଞ୍ଚିତ ହେବାକୁ ନେଇ ନିଜର ଅସନ୍ତୋଷ ବ୍ଯକ୍ତ କରିଥିଲେ। ଦେଶରେ ମହିଳାଙ୍କ ଅଧିକାରର ସୁରକ୍ଷା ନେଇ ଦିଲ୍ଲୀରେ ଦୀର୍ଘ ଦିନ ଧରି ଆନ୍ଦୋଳନ କରିଥିବା ଭିନେଶ ଦେଶବାସୀଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଗ୍ରହଣ କରିଛନ୍ତି। ବିମାନ ବନ୍ଦରରେ ନାଚି ନାଚି ତଥା ବାଜା ବଜାଇ ଭିନେଶଙ୍କୁ ସ୍ବାଗତ କରିଥିଲେ ଶୁଭେଚ୍ଛୁ। ଭିନେଶଙ୍କ ଲାଗି ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସୁରକ୍ଷା ବ୍ଯବସ୍ଥା କଡାକଡି କରାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25.2 ° C
    25.2 °
    25.2 °
    76 %
    0.6kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ