Friday, October 2, 2026
25.2 C
Odisha

    ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରପାତରେ ୪ ମୃତ, ୪ ଆହତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରପାତ ଯୋଗୁଁ ୪ ଜଣ ମୃତ୍ୟୁବରଣ କରିଛନ୍ତି । ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ସିଙ୍ଗାରପୁରା ଗାଁରେ ବିଲରେ କାମ କରୁଥିବା ବେଳେ ବଜ୍ରପାତରେ ଚାଲିଗଲା ସ୍ୱାମୀ ଓ ସ୍ତ୍ରୀଙ୍କ ଜୀବନ । ମୃତକ ହେଲେ ସିଙ୍ଗାରପୁରା ଗାଁର ଲଚ୍ଛମନ ମୁର୍ମୁ ଓ ସାକର ମୁର୍ମୁ । ସେହିପରି ଭଦ୍ରକ ଆଗରପଡା ବ୍ଲକ ଗୋପୀନାଥପୁରରେ ବଜ୍ରାଘାତରେ ଜଣଙ୍କ ମୃତ୍ଯୁ ଘଟିଥିବାବେଳେ ଘଟଗାଁ ହରିଚନ୍ଦନପୁର ବ୍ଲକ ଧୁରିଡିଆମ୍ବ ଗାଁରେ ବଜ୍ରାଘାତରେ ଜଣଙ୍କର ମୃତ୍ଯୁ ଘଟିଛି । ସୂଚନା ମୁତାବକ ବୈଶିଙ୍ଗା ଥାନା ଅଧୀନ ମେର୍ଦା ଉପକଣ୍ଠ ସିଙ୍ଗାରପୁରା ଗାଁରେ ଦମ୍ପତ୍ତି ବିଲରେ ତଳି ରୋଇଲା ବେଳେ ହଠାତ୍‌ ବଜ୍ରପାତ ହୋଇଥିଲା। ବଜ୍ରାଘାତ ପରେ ସେହି ବିଲରେ ସଂଜ୍ଞାହୀନ ହୋଇ ପଡ଼ି ଯାଇଥିଲେ ଦମ୍ପତ୍ତି। ତେବେ ଆଖପାଖ ବିଲ୍‌ରେ କାମ କରୁଥିବା ଚାଷୀମାନେ ସେମାନଙ୍କୁ ଉଦ୍ଧାର କରି ବେତନଟୀ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25.2 ° C
    25.2 °
    25.2 °
    76 %
    0.6kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ