Thursday, September 17, 2026
30.3 C
Odisha

    ଭାରତ-ବାଂଲା ସୀମାରେ ଉତ୍ତେଜନା, ଭାରତୀୟ ଉଚ୍ଚାୟୁକ୍ତଙ୍କୁ ଡକାଇଲେ ୟୁନୁସ ସରକାର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ ସୀମାରେ ଉତ୍ତେଜନା ବଢ଼ୁଥିବା ବେଳେ ବାଂଲାଦେଶର ବୈଦେଶିକ ମନ୍ତ୍ରଣାଳୟ ଭାରତୀୟ ହାଇକମିଶନର ପ୍ରଣୟ ବର୍ମାଙ୍କୁ ଡକାଇଛି। ସୀମାନ୍ତ ଅଞ୍ଚଳରେ ଭାରତୀୟ ସେନା ଗୁଳି ଚଳାଇଥିବା ବାଂଲାଦେଶ ସରକାର ଅଭିଯୋଗ କରିଛନ୍ତି। ଏହି ଘଟଣା ପରେ ସୀମାରେ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ତିକ୍ତତା ଦେଖାଦେଇଛି ।
    ଜାନୁଆରୀ ୧୦ ଓ ୧୧ ତାରିଖ ମଧ୍ୟରାତ୍ରିରେ ସୀମାନ୍ତ ଫାଣ୍ଡି ନୱାଦାରେ ଏହି ଘଟଣା ଘଟିଥିଲା। ତେବେ ବିଏସଏଫ ଯବାନଙ୍କ ଚେତାବନୀକୁ ଅଣଦେଖା କରି ୧୫ରୁ ୨୦ ଜଣ ସଶସ୍ତ୍ର ଚୋରା ଚାଲାଣକାରୀ ମାନେ ଚୋରା ସାମଗ୍ରୀକୁ ବଳପୂର୍ବକ ସୀମା ପାର କରିବାକୁ ଚେଷ୍ଟା କରିଥିଲେ ।

    ବିଏସଏଫ ପକ୍ଷରୁ ଜାରି ବିବୃତି ଅନୁଯାୟୀ, ଶୁକ୍ରବାର ରାତିରେ କିଛି ଚୋରା ଚାଲାଣକାରୀ ବାଂଲାଦେଶ ପଟରୁ ଭାରତୀୟ ସୀମାରେ ପ୍ରବେଶ କରିଥିଲେ ଏବଂ ସେନା କର୍ମଚାରୀଙ୍କ ମନା କରିବା ସତ୍ତ୍ୱେ ସେମାନେ ଫେରିବାକୁ ରାଜି ନଥିଲେ, ଯାହା ପରେ ସେମାନେ ସୈନିକମାନଙ୍କ ସହିତ ଆକ୍ରମଣାତ୍ମକ ଆଚରଣ ପ୍ରଦର୍ଶନ କରିଥିଲେ, ତେଣୁ ବିଏସଏଫକୁ ଖାଲି ରାଉଣ୍ଡ ଗୁଳି ଚଳାଇବାକୁ ପଡିଥିଲା ଏବଂ କେହି ଆହତ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ । ଚୋରା ଚାଲାଣକାରୀଙ୍କ ପାଖରେ ୨୫ ବୋତଲ ଫେନସିଡିଲ, ଗୋଟିଏ ଛୁରି ଓ ଗୋଟିଏ ଟର୍ଚ୍ଚ ଥିଲା, ଯାହାକୁ ସେମାନେ ଛାଡି ଦେଇଥିଲେ ବୋଲି ବିଏସଏଫ କହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    65 %
    1.2kmh
    7 %
    Thu
    31 °
    Fri
    31 °
    Sat
    32 °
    Sun
    30 °
    Mon
    31 °

    ସମ୍ବନ୍ଧିତ