Wednesday, April 16, 2025
35.5 C
Odisha

    ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ଜଣକର ଜୀବନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ସକାଳୁ ସକାଳୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କଳାହାଣ୍ଡି ଜିଲ୍ଲାରେ ଓଲଟିଲା ବରଯାତ୍ରୀ ଗାଡ଼ି । ବରଯାତ୍ରୀ ଗାଡ଼ି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି ।

    ଖବର ଅନୁସାରେ, କୋକସରା ଥାନା ଚିଲିଗୁଡ଼ାଠାରେ ବରଯାତ୍ରୀ ଗାଡ଼ି ଦୁର୍ଘଟଣା ହୋଇଛି । ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବରଯାତ୍ରୀ ଗାଡ଼ି । ସମସ୍ତ ଆହତଙ୍କୁ ଭବାନୀପାଟଣା ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ତେବେ ବରଯାତ୍ରୀ ଗାଡ଼ି କଳାହାଣ୍ଡିରୁ ଲୋକଙ୍କୁ ନେଇ ଛତିଶଗଡ଼କୁ ଯାଇଥିଲା । ତେବେ ରାତିରେ ବିବାହ ଶେଷ ହେବା ପରେ ସମସ୍ତେ କଳାହାଣ୍ଡି ଜିଲ୍ଲାକୁ ଫେରୁଥିଲେ । ହେଲେ ବାଟରେ ହଠାତ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ।ଗାଡ଼ିରେ ସମୁଦାୟ 7ଜଣ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ସମସ୍ତଙ୍କୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

    କେଉଁ କାରଣରୁ ଦୁର୍ଘଟଣା ଘଟିଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ବରଯାତ୍ରୀ ଗାଡ଼ି ଦୁର୍ଘଟଣା ପରେ ଶୋକାକୂଳ ପରିସ୍ଥିତି ଦେଖାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.5 ° C
    35.5 °
    35.5 °
    26 %
    3kmh
    7 %
    Wed
    35 °
    Thu
    39 °
    Fri
    42 °
    Sat
    43 °
    Sun
    43 °

    ସମ୍ବନ୍ଧିତ