Monday, January 26, 2026
15.4 C
Odisha

    ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ଲୁହା ବୋଝେଇ ଟ୍ରକ୍‌

    ଆଗକୁ ପଢନ୍ତୁ

    ଢେଙ୍କାନାଳ  :  ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ୧୪୯ ନଂ ଜାତୀୟ ରାଜପଥର କୁଲେଇ ବଅଁରପାଳ ଛକ ନିକଟରେରେ ଭାରସାମ୍ୟ ହରାଇ ରାସ୍ତାରେ ଲୁହା ପଥର ବୋଝେଇ ଟ୍ରକ୍‌ ଓଲଟି ପଡିଛି। କେନ୍ଦୁଝର ଅଞ୍ଚଳରୁ ଏକ ୧୮ ଚକିଆ ଟ୍ରକ୍‌ ଲୁହାପଥର ବୋଝେଇ କରି ଅନୁଗୋଳ ଅଞ୍ଚଳର ଏକ କାରଖାନାକୁ ଯାଉଥିବା ବେଳେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡିରହିଥିଲା। ଗାଡି ଭିତରେ ଚାଳକ ଚାପି ହୋଇ ରହିଥିବା ଜାଣିପାରି ସ୍ଥାନୀୟ ଲୋକମାନେ ସେଠାରେ ପହଞ୍ଚି ଚାଳକଙ୍କୁ ଉଦ୍ଧାର କରିଥିଲେ। ଦଦରାଘାଟି ଫାଣ୍ଡି କର୍ମଚାରୀ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଚାଳକକୁ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ଚାଳକଙ୍କ ପରିଚୟ ମିଳିପାରିନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    15.4 ° C
    15.4 °
    15.4 °
    66 %
    2.1kmh
    0 %
    Mon
    31 °
    Tue
    31 °
    Wed
    33 °
    Thu
    33 °
    Fri
    32 °

    ସମ୍ବନ୍ଧିତ