Tuesday, March 31, 2026
30.9 C
Odisha

    ଭାଷଣ ଦେଉଥିବା ସମୟରେ ଅଚେତ ହୋଇଗଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ

    ଆଗକୁ ପଢନ୍ତୁ

    ମହାରାଷ୍ଟ୍ର ୟବତମାଲରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଭାଷଣ ଦେଉଥିବା ସମୟରେ ଅଚାନକ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ଗଡ଼କରୀ ୟବତମାଲର ପୁସଦରେ ଏକ ନିର୍ବାଚନୀ ସଭାରେ ଭାଷଣ ଦେଉଥିବା ସମୟରେ ଏଭଳି ଅଘଟଣ ଘଟିଥିଲା। ‌ସୁରକ୍ଷାକର୍ମୀ ଓ ଉପସ୍ଥିତ ଲୋକେ ତାଙ୍କୁ ଟେକି ନେଇ ତୁରନ୍ତ ପ୍ରାଥମିକ ଚିକିତ୍ସାପରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଗଡ଼କରୀ ନାଗପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି। ନାଗପୁର ଆସନରେ ପ୍ରଥମ ପର୍ଯ୍ୟାୟରେ ମତଦାନ ଶେଷ ହୋଇଛି। ଏଠାରେ ଗଡ଼କରୀ କଂଗ୍ରେସ ପ୍ରାର୍ଥୀ ବିକାଶ ଠାକରେଙ୍କ ସହିତ ଲଢୁଛନ୍ତି। ଗଡ଼କରୀ ଏହି ଆସନରୁ ତୃତୀୟ ଥର ପାଇଁ ନିର୍ବାଚନ ଲଢୁଛନ୍ତି।

    ସୂଚନା ଅନୁଯାୟୀ, ବର୍ତ୍ତମାନ ଗଡ଼କରୀଙ୍କ ସ୍ବାସ୍ଥ୍ୟବସ୍ଥା ଭଲଥିବା କୁହାଯାଉଛି। କିଛି ସମୟ ବିଶ୍ରାମ ପରେ ସେ ପୁଣି ସ୍ବାଭାବିକ ଭାବେ କାର୍ଯ୍ୟ କରିପାରିବେ ବୋଲି କୁହାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.9 ° C
    30.9 °
    30.9 °
    27 %
    0.9kmh
    45 %
    Tue
    32 °
    Wed
    39 °
    Thu
    40 °
    Fri
    40 °
    Sat
    40 °

    ସମ୍ବନ୍ଧିତ