Tuesday, September 24, 2024
24 C
Odisha

    ଭାସିଗଲେ ୫ ଡାକ୍ତରୀ ଛାତ୍ରଛାତ୍ରୀ; ୨ ମୃତ, ଜଣେ ନିଖୋଜ

    ଆଗକୁ ପଢନ୍ତୁ

    ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତରେ ଥିବା ଜଳପ୍ରପାତରେ ବୁଡି ୨ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଛାତ୍ରୀ ନିଖୋଜ ହୋଇଯାଇଛନ୍ତି । ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା ମୋଟୁଠାରୁ ପ୍ରାୟ ୪୦ କିମି ଦୂରରେ ଥିବା ଆନ୍ଧ୍ରପ୍ରଦେଶ ଆଲୁରି ଜିଲ୍ଲାର ଜଳ ତରଙ୍ଗିଣୀ ନାମକ ଝରଣାକୁ ୧୩ଜଣ ଡାକ୍ତରୀ ଛାତ୍ର ବୁଲିବାକୁ ଯାଇଥିଲେ । ତେବେ ଜଳପ୍ରପାତ ନିକଟରେ ସମସ୍ତେ ବସିଥିବାବେଳେ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହଠାତ୍ ପ୍ରଖର ସ୍ରୋତ ମା?ି ଆସିବାରୁ ୪ଜଣ ଛାତ୍ରୀ ଓ ଜଣେ ଛାତ୍ର ଭାସି ଯାଇଥିଲେ । ଜଣେ ଛାତ୍ର ଓ ଜଣେ ଛାତ୍ରୀଙ୍କୁ ଊଦ୍ଧାର କରାଯାଇଥିଲା ଏବଂ ଅନ୍ୟ ୩ଜଣ ଛାତ୍ରୀ ଭାସି ଯାଇଥିଲେ । ଊଦ୍ଧାର ହୋଇଥିବା ୨ଜଣଙ୍କୁ ରାଜମହେନ୍ଦ୍ରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣକ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଅନ୍ୟପଟେ ପାଣିରେ ଭାସି ଯାଇଥିବା ୩ଜଣଙ୍କ ମଧ୍ୟରୁ ଜଣେ ନିଖୋଜ ଥିବାବେଳେ ଅନ୍ୟ ୨ଜଣ ଛାତ୍ରୀଙ୍କ ମୃତଦେହ ଊଦ୍ଧାର ହୋଇଛି । ତେବେ ଗତକାଲି ବିଳମ୍ୱିତ ସନ୍ଧ୍ୟାରେ ଏହି ଘଟଣା ଘଟିଥିବାବେଳେ ରାତି ହେବାରୁ ଊଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା । ଆଜି ସକାଳୁ ନିଖୋଜ ଛାତ୍ରୀଙ୍କ ତଲାସୀ ଜାରି ରହିଥିଲେ ମଧ୍ୟ ପତ୍ତା ମିଳିନାହିଁ । ଏହି ଡାକ୍ତରୀ ଛାତ୍ରଛାତ୍ରୀମାନେ ଆନ୍ଧ୍ରପ୍ରଦେଶ ଏଲୁର ମେଡିକାଲ କଲେଜର ବୋଲି ଜଣାପଡ଼ିଛି । ଏମାନଙ୍କ ପରିଚୟ ମିଳିପାରିନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24 ° C
    24 °
    24 °
    96 %
    0.8kmh
    100 %
    Tue
    27 °
    Wed
    29 °
    Thu
    27 °
    Fri
    29 °
    Sat
    30 °

    ସମ୍ବନ୍ଧିତ