Thursday, October 29, 2026
22.8 C
Odisha

    ଭିଜିଲାନ୍ସ ଜାଲରେ ଜୁନିୟର ଆସିଷ୍ଟାଣ୍ଟ, ୧୦ ହଜାର ଲାଞ୍ଚ ନେଉଥିବା ବେଳେ ଗିରଫ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଲାଞ୍ଚ ନେଇ ବନ୍ଧା ହେଲେ ଜୁନିୟର ଆସିଷ୍ଟାଣ୍ଟ । ୧୦ ହଜାର ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ଜୁନିୟର ଆସିଷ୍ଟାଣ୍ଟ। ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ଶ୍ରୀକାନ୍ତ ଦାସ। ବାସୁଦେବପୁର ଅଂଚଳର ପ୍ରଶାନ୍ତ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ NOC ଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ପ୍ରଶାନ୍ତ ବାଲେଶ୍ୱର ଭିଜିଲାନ୍ସ ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ। ଭିଜିଲାନ୍ସ ଏସପି ଙ୍କ ନିର୍ଦେଶ କ୍ରମେ ଆଜି ଏକ ସ୍ୱତନ୍ତ୍ର ଭିଜିଲାନ୍ସ ଟିମ ଭଦ୍ରକକୁ ଆସି ଜଗି ରହିଥିଲା। ଆଜି ଶ୍ରୀକାନ୍ତ ଦାସ ତାଙ୍କ କାର୍ଯ୍ୟାଳୟରେ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଥିଲା। ଶ୍ରୀକାନ୍ତ ଦାସଙ୍କ ଅଫିସ ଓ ଜଗନ୍ନାଥ ପୁର ଜାନୁଗଞ୍ଜ ସ୍ଥିତ ଘରେ ମଧ୍ୟ ଚଢାଉ କରାଯାଉଛି।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    22.8 ° C
    22.8 °
    22.8 °
    96 %
    3.7kmh
    100 %
    Thu
    23 °
    Fri
    27 °
    Sat
    28 °
    Sun
    29 °
    Mon
    25 °

    ସମ୍ବନ୍ଧିତ