Monday, March 30, 2026
33.2 C
Odisha

    ଭିଜିଲାନ୍ସ ଜାଲରେ ଟ୍ରେଜେରୀ ଅଫିସର ବରିଷ୍ଠ କିରାଣୀ

    ଆଗକୁ ପଢନ୍ତୁ

    ନୟାଗଡ : ଲାଞ୍ଚ ନେଇ ଧରା ପଡିଲେ ଟ୍ରେଜେରୀ କର୍ମଚାରୀ । ନୟାଗଡ଼ ଖଣ୍ଡପଡା ସବ ଟ୍ରେଜେରୀ କର୍ମଚାରୀ ସରୋଜ ସାହୁ । ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ । ଜଣେ ପେନସନ ଭୋଗୀଙ୍କ ଠାରୁ ନେଉଥିଲେ ଏହି ଲାଞ୍ଚ । ବିଲ ପାସ କରିବା ପାଇଁ ଦାବି କରିଥିଲେ ଲାଞ୍ଚ । ପୂର୍ବରୁ ୪ହଜାରଟଙ୍କା ନେଇଥିବାବେଳେ ଆଜି ୩ହଜାର ଟଙ୍କା ନେଉଥିଲେ ।

    ଟ୍ରାପ ପରେ ସରୋଜଙ୍କ ଆୟ ବହିର୍ଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ । ଏକକାଳୀନ ଦୁଇଟି ସ୍ଥାନରେ ଚାଲିଛି ଚଢ଼ାଉ। ଖଣ୍ଡପଡା ସବ୍ ଟ୍ରେଜେରୀ ସିନିଅର ଆସିଷ୍ଟାଣ୍ଟ ସରୋଜ କୁମାର ସାହୁ । ପରେ ଭିଜିଲାନ୍ସର ୫ଜଣିଆ ଟିମ୍ ଖଣ୍ଡପଡା ସହରରେ ଥିବା ସରୋଜଙ୍କ ବାସଭବନରେ ଖାନତଲାସି କରୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.2 ° C
    33.2 °
    33.2 °
    22 %
    1.2kmh
    97 %
    Mon
    33 °
    Tue
    38 °
    Wed
    39 °
    Thu
    40 °
    Fri
    39 °

    ସମ୍ବନ୍ଧିତ