Saturday, May 30, 2026
26.9 C
Odisha

    ଭିତରକନିକାରେ କମିଲା ଡଲଫିନ ସଂଖ୍ୟା, ୩ ଦିନ ଧରି ଗଣନା କରିଥିଲେ୯ ଟି ଟିମ୍

    ଆଗକୁ ପଢନ୍ତୁ

    ରାଜନଗର : ଗହୀରମଥା ଓ ଭିତରକନିକାରେ କମିଲା ଡଲଫିନ ସଂଖ୍ୟା । ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ କମିଛି ଡଲଫିନ ସଂଖ୍ୟା । ଗତବର୍ଷ ତୁଳନରେ ଚଳିତବର୍ଷ ୧୧ଟି ଡଲଫିନ ସଂଖ୍ୟା ହ୍ରାସ ପାଇଛି । ଗତବର୍ଷ ଭିତରକନିକା ଜାତୀୟ ଉଦ୍ୟାନ ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ୫୦୪ଟି ପାଞ୍ଚ ପ୍ରଜାତିର ଡଲଫିନ ଦେଖା ଯାଇଥିବା ବେଳେ ଚଳିତବର୍ଷ ୪୯୩ ଟି ଡଲଫିନ ଗଣନା କରାଯାଇଛି । ଧାମରା ମୁହାଁଣ ଠାରୁ ଦେବୀ ମୁହାଁଣ ଯାଏଁ ସମୁଦ୍ର ମଧ୍ୟ୍ୟରେ ଓ ଭିତରକନିକାର ନଦୀ ଓ କ୍ରିକ ମାନଙ୍କରେ ବନବିଭାଗର ୯ ଟି ଟିମ ୩ ଦିନ ଧରି ଡଲଫିନ ଗଣନା କରିଥିଲେ l

    ପୂର୍ବରୁ କେବଳ ଚିଲିକାରେ ଡଲଫିନ ଗଣନା କରାଯାଉଥିଲା । ୨୦୧୫ ମସିହାରେ ଜଙ୍ଗଲ ଓ ପରିବେଶ ବିଭାଗର ଅନୁମୋଦନ କ୍ରମେ ଭିତରକନିକାରେ ଡଲଫିନ ଗଣନା କରାଯାଉଛି । ଚିଲିକାରେ ଇରାୱାଡି ନାମକ ଗୋଟିଏ ପ୍ରଜାତିର ଡଲଫିନ ଦେଖା ଯାଉଥିବା ବେଳେ ଭିତରକନିକା ଇରାୱାଡି ,ବଟଲନୋଜ ,ହମ୍ପବ୍ୟାକ ,ଫିନଲେସ ଓ ଗାଙ୍ଗେଟିକ ପ୍ରଭୂତି ୫ ପ୍ରଜାତିର ଡଲଫିନ ଦେଖା ଯାଆନ୍ତି l ଚଳିତବର୍ଷ ବାବୁବାଲି ଓ ହାବାଳୀଖଟି ନିକଟରେ ହମ୍ପବ୍ୟାକ ନାମକ ଡଲଫିନ ଅଧିକ ସଂଖ୍ୟାରେ ଦେଖିବାକୁ ମିଳିଛି । କେବଳ ଅଲିଭ ରିଡଲେ କଇଁଛ ନୁହେଁ ଡଲଫିନ ମାନଙ୍କର ଏନ୍ତୁଡ଼ିଶାଳ ପାଲଟିଛି ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.9 ° C
    26.9 °
    26.9 °
    76 %
    2kmh
    99 %
    Sat
    27 °
    Sun
    39 °
    Mon
    40 °
    Tue
    41 °
    Wed
    43 °

    ସମ୍ବନ୍ଧିତ