Tuesday, September 1, 2026
24 C
Odisha

    ଭିତରକନିକାରେ ବିଦେଶୀ ପକ୍ଷୀଙ୍କ ଭିଡ଼, କଳରବରେ ଫାଟି ପଡୁଛି ଭିତରକନିକା

    ଆଗକୁ ପଢନ୍ତୁ

    ରାଜନଗରଭିତରକନିକାରେ ବିଦେଶୀ ପକ୍ଷୀଙ୍କ ଭିଡ଼ ଜମିଛି।  ରଙ୍ଗବେରଙ୍ଗର ବିଦେଶାଗତ ପକ୍ଷୀଙ୍କ କାକଳିରେ ଫାଟି ପଡୁଛି ଭିତରକନିକା ।  ହଜାର ହଜାର କିଲୋମିଟର ଅତିକ୍ରମ କରି ବିଦେଶାଗତ ପକ୍ଷୀ ଭିଡ଼ ଜମାଇଛନ୍ତି ଭିତରକନିକାର ବିସ୍ତୀର୍ଣ୍ଣ ଆର୍ଦ୍ରଭୂମିରେ ।  ନୀଳ ଆକାଶରେ ଦଳ ଦଳ ହୋଇ ଉଡ଼ିବା, ଆର୍ଦ୍ରଭୂମିରେ ଜଳକ୍ରୀଡ଼ାର ଅପୂର୍ବ ଦୃଶ୍ୟ ପ୍ରକୃତିର ଶୋଭାକୁ ଦ୍ୱିଗୁଣିତ କରୁଛି ।  ଆଗନ୍ତୁକ ପକ୍ଷୀଙ୍କ ମଧ୍ୟରେ ସାଇବେରିଆ ବତକ , ଏରା, ଲାଲମୁଣ୍ଡିଆ ବତକ , ପାତି ହଂସ, ନୀଳ ମୁଣ୍ଡିଆ ସାରସ, ପେଣ୍ଟସ, ଫ୍ଲାଇକେଚର, ଉଇଗେନ ହ୍ବାଇଟ, ବାଡ଼ ହେଡେଡ ପ୍ରଭୃତି ଅନେକ ପ୍ରଜାତିର ପକ୍ଷୀ ଭିତରକନିକାର ସାତଭାୟା , ରାଇପାଟିଆ, ଅଗରନାସୀ, ବରୁଣେଇ ମୁହାଁଣରେ ଦେଖିବାକୁ ମିଳୁଛି  ।  ଭିତରକନିକାର ସାତଭାୟାକୁ ପକ୍ଷୀ ବିହାର ଘୋଷଣା ପାଇଁ ପରିବେଶବିତମାନେ ଦାବି କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24 ° C
    24 °
    24 °
    94 %
    2.4kmh
    100 %
    Tue
    28 °
    Wed
    30 °
    Thu
    30 °
    Fri
    30 °
    Sat
    30 °

    ସମ୍ବନ୍ଧିତ