Saturday, January 18, 2025
13.2 C
Odisha

    ଭିତରକନିକାରେ ଚାଲିଛି କୁମ୍ଭୀର ଗଣନା

    ଆଗକୁ ପଢନ୍ତୁ

    କେନ୍ଦ୍ରାପଡ଼ା:ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ୨୦୨୫ ଜାନୁଆରୀ ୧୪ରୁ ୨୨ ତାରିଖ ପର୍ଯ୍ୟନ୍ତ କୁମ୍ଭୀର ଗଣନା କରାଯିବ। ଏଥିପାଇଁ ପର୍ଯ୍ୟଟକଙ୍କ ଲାଗି ଏହି ଜାତୀୟ ଉଦ୍ୟାନ ବନ୍ଦ ରହିବ ବୋଲି ଜଣାପଡ଼ିଛି। ଶୀତ ସହ ଅମାବାସ୍ୟା ତିଥିକୁ ଦୃଷ୍ଟିରେ ରଖି କୁମ୍ଭୀର ଗଣନା ପାଇଁ ସମୟ ସ୍ଥିର କରାଯାଇଥାଏ। ଶୀତ ଅଧିକ ହେଲେ ଛୋଟରୁ ବଡ ପର୍ଯ୍ୟନ୍ତ ସବୁ କୁମ୍ଭୀର ନଦୀପଠାରେ ଖରା ଖାଇବାକୁ ପଡ଼ି ରହିଥାନ୍ତି। ଭିତରକନିକାର ନଦୀନାଳ ମୁଖ୍ୟତଃ ଜୁଆରିଆ ହୋଇଥିବାରୁ ଅଧିକ ଭଟ୍ଟା ରହୁଥିବା ଅମାବାସ୍ୟା ତିଥି ପରେ ଉଚ୍ଚ ଜୁଆର ଆସୁ ନଥିବାରୁ ନଦୀପଠା ବୁଡି ନ ଥାଏ।ଏହି ସମୟରେ ଦିନ ଓ ରାତିରେ କୁମ୍ଭୀର ଗଣନା କରିବାକୁ ସୁବିଧା ହୋଇଥାଏ। ମୁଖ୍ୟତଃ ପର୍ଯ୍ୟଟକମାନେ ବୋଟ୍‌ରେ ଆସିବା ସମୟରେ କୁମ୍ଭୀରମାନେ ପଠାରୁ ନଦୀ ଭିତରକୁ ଚାଲି ଯାଆନ୍ତି। ପର୍ଯ୍ୟଟକଙ୍କୁ ବନ୍ଦ କରିବାର ୩ ରୁ ୪ଦିନ ପରେ ଆହୁଲା ମରା ଡଙ୍ଗା ସାହାଯ୍ୟରେ କୁମ୍ଭୀର ଗଣନା କରାଯାଇଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    13.2 ° C
    13.2 °
    13.2 °
    43 %
    1.1kmh
    1 %
    Sat
    28 °
    Sun
    30 °
    Mon
    31 °
    Tue
    32 °
    Wed
    32 °

    ସମ୍ବନ୍ଧିତ