Sunday, December 29, 2024
26.3 C
Odisha

    ଭିତର କାଠରେ ବାନ୍ତି; ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ

    ଆଗକୁ ପଢନ୍ତୁ

    ପୁରୀ, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ହୋଇଛି ବଡ଼ ମହାସ୍ନାନ । ଭିତର କାଠରେ ବାନ୍ତି ପଡ଼ିଥିବାରୁ ଏହି ବଡ଼ ମହାସ୍ନାନ କରାଯାଇଛି । ତେବେ ଏହି ସ୍ୱତନ୍ତ୍ର ମହାସ୍ନାନ ପୂଜା ପାଇଁ ନୀତିକାନ୍ତି ବିଳମ୍ବ ହୋଇଛି । ଗୁରୁବାର ଭୋର ୫ଟା ୪୦ରେ ଦ୍ୱାର ଫିଟା ଯାଇଥିଲା । ସକାଳ ୬ଟା ୨୫ରେ ମଙ୍ଗଳ ଆଳତି ବଢି ଅନ୍ୟାନ୍ୟ ନୀତି ଚାଲିଥିଲା । ମଇଲମ, ତଡ଼ପଲାଗି ପରେ ଅବକାଶ ନୀତି ପରେ ପରେ ପୂର୍ବାହ୍ନ ସାଢେ ୧୧ଟାରେ ସକାଳ ଧୂପ ବଢିଥିଲା । ଏହାପରେ ଭିତର କାଠରୁ ଦର୍ଶନ ଚାଲିଥିଲା । ଏହି ସମୟରେ ମା’ କାଖରେ ଥାଇ ଛୋଟ ପିଲାଟିଏ ଭିତର କାଠ ଉପରେ ବାନ୍ତ କରି ଦେଇଥିଲା । ଫଳରେ ସେହିଠାରୁ ନୀତି ଅଟକା ଯାଇ ମହାସ୍ନାନ ବିଧି ଆରମ୍ଭ ହୋଇଥିଲା । ବନ୍ଦ ରହିଥିବା ସର୍ବସାଧାରଣ ଦର୍ଶନ । ରତ୍ନସିଂହାସନଠାରୁ ଜୟବିଜୟ ଦ୍ୱାର ପର୍ଯ୍ୟନ୍ତ ଧୂଆ ହୋଇ ଚୁନପାଣି ପଡିଥିଲା । ପୂଜାପଣ୍ଡା ସେବକମାନେ ଅପରାହ୍ନ ୧ଟା ୩୫ରେ ମହାସ୍ନାନ ପୂଜା କରିଥିଲେ । ୧ଟା ୪୫ରେ ମହାସ୍ନାନ ପୂଜା ବଢିବା ପରେ ଆରମ୍ଭ ହୋଇଥିଲା ନୀତିକାନ୍ତି । ଏହାପରେ ଭକ୍ତମାନଙ୍କ ଦର୍ଶନ ପୁଣି ସ୍ୱାଭାବିକ ହୋଇଥିଲା । ଏହି ମହାସ୍ନାନ ପାଇଁ ପ୍ରାୟ ଦେଢ ଘଣ୍ଟାରୁ ଊର୍ଦ୍ଧ୍ୱ ନୀତିକାନ୍ତି ବିଳମ୍ବ ହୋଇଥିଲା । ଏହି ବିଳମ୍ବ ଅନ୍ୟାନ୍ୟ ନୀତିକୁ ମଧ୍ୟ ପ୍ରଭାବିତ କରିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.3 ° C
    26.3 °
    26.3 °
    50 %
    1.6kmh
    0 %
    Sun
    23 °
    Mon
    29 °
    Tue
    29 °
    Wed
    28 °
    Thu
    28 °

    ସମ୍ବନ୍ଧିତ