Saturday, April 4, 2026
29 C
Odisha

    ଭୀମଭୋଇଙ୍କ ସମାଧି ପୀଠରେ ଆରମ୍ଭ ହୋଇଛି ମାଘ ମେଳା

    ଆଗକୁ ପଢନ୍ତୁ

    ସୁବର୍ଣ୍ଣପୁର : ପ୍ରତି ବର୍ଷ ଭଳି ଚଳିତ ବର୍ଷ ପାଞ୍ଚ ଦିନ ଧରି ଭୀମଭୋଇଙ୍କ ସିଦ୍ଧି, ସାଧନା ଏବଂ ସମାଧି ପୀଠରେ ବଡ ଧୂମଧାମରେ ପାଳନ କରାଯାଉଛି ମାଘ ମେଳା । ସାଧୁ ସନ୍ଥଙ୍କ ସମାଗମ, ଭଜନ ସଂକୀର୍ତ୍ତନ ସାଙ୍ଗକୁ ଖଞ୍ଜଣି ବାଦ୍ୟରେ ଦୁଲୁକି ଉଠୁଛି ପରିବେଶ । ଏହି ଅବସରରେ ଭକ୍ତମାନେ ଧାଡିରେ ପାଦୁକା ଦର୍ଶନ କରିବା ସହ ଝାଡଦୀପ, ଶୂନ୍ୟ ବ୍ରହ୍ମଙ୍କୁ ଦର୍ଶନ କରୁଛନ୍ତି । ବିଶେଷତ୍ଵ ହେଲା ଏହି ଦିନରେ ଭୀମଭୋଇଙ୍କ ଏହି ସମାଧି ପୀଠ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ । ବିଶେଷ କରି ନିରବତାରେ ହିଁ ପ୍ରଭୁଙ୍କୁ ପାଇ ହୁଏ । ସେଇଥି ପାଇଁ ତ ଶୂନ୍ୟଦେହୀ, ଶୂନ୍ୟ ବ୍ରହ୍ମ, ଅଲେଖ ନିରଞ୍ଜନ, ଅଣାକାର ର କିଛି ଲେଖା ମହିମା ମଠର ଚତୁପାର୍ଶ୍ଵରେ ଲେଖାଯାଇଛି । ଯାହା ରାଜ୍ୟ ତଥା ରାଜ୍ୟ ବାହାରର ଲୋକଙ୍କୁ ବେଶ ଆକର୍ଷିତ କରିପାରିଛି ।ମହିମା ଧର୍ମର ଅନନ୍ୟ ପୀଠସ୍ଥଳୀ ସୁବର୍ଣ୍ଣପୁର ଜିଲ୍ଲା ଖଲିଆପାଲିର ଭୀମଭୋଇଙ୍କ ସିଦ୍ଧି, ସାଧନା ଏବଂ ସମାଧି ପୀଠରେ ଆରମ୍ଭ ହୋଇଛି ପବିତ୍ର ମାଘ ମେଳା। ବିଶେଷକରି ବର୍ଷର କେବଳ ମାଘ ମାସର ପୂର୍ଣ୍ଣମୀ ଏବଂ ଚତୁର୍ଦ୍ଦଶୀ ତିଥିରେ ମନ୍ଦିର ଖୋଲା ରହୁଥିବାରୁ ରାଜ୍ୟ ଓ ରାଜ୍ୟ ବାହାରର ବହୁ ସାଧୁସନ୍ଥଙ୍କ ସମାଗମ ହୋଇଥାଏ । ଏହି ଅବସରରେ ରାଜ୍ୟ ସରକାରଙ୍କର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗଦଇେ ସାଧୁ ସନ୍ଥଙ୍କ ସହିତ ଭଜନ କୀର୍ତ୍ତନରେ ସାମିଲ ହୋଇ ପାଦୁକା ଦର୍ଶନ କରିଥିଲେ ।୧୯୯୯ ମସିହାରେ ଟ୍ରଷ୍ଟ ଗଠନ ହେବାପରେ ଆହୁରି ଧୁମଧାମରେ ପାଳନ କରାଯାଉଛି ମାଘ ମେଳା । ପାଞ୍ଚ ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ମାଘ ମେଳା ଅବସରରେ ମୀନାବଜାର ସାଙ୍ଗକୁ ସ୍ବାଦିଷ୍ଟ ଖାଦ୍ୟର ବି ମଜା ନେଉଛନ୍ତି ଲୋକେ । ମନ ଲାଖିଲା ଭଳି ଘରକରଣା ଜିନିଷ ଆଦି ଭଳିକି ଭଳି ମିଳୁଛି ଏହି ମେଳାରେ । ଏଥି ସହ ମାଘମେଳା ଅବସରରେ ପ୍ରତ୍ୟହ ସଂନ୍ଧ୍ୟାରେ ଅନୁଷ୍ଠିତ ହେଉଛି ସାଂସ୍କୃତି କାର୍ଯ୍ୟକ୍ରମ । ରାଜ୍ୟ ଓ ରାଜ୍ୟ ବାହାରର କଳାକାର ଯୋଗଦେଇ ଏଠାରେ ନିଜର କଳା ପ୍ରଦର୍ଶନ କରୁଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29 ° C
    29 °
    29 °
    35 %
    0.8kmh
    84 %
    Sat
    38 °
    Sun
    36 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ