Friday, October 2, 2026
25.2 C
Odisha

    ଭୁବନେଶ୍ବରରୁ ଜବତ ସିମ୍ ବକ୍ସ ସହ ବାଂଲାଦେଶ ଲିଙ୍କ୍; ପାକିସ୍ତାନ, ଚୀନରୁ ଆସୁଥିଲା କଲ୍

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରୁ ସିମ୍ ବକ୍ସ ଜବତ ଘଟଣାରେ ସିପିଙ୍କ ବଡ଼ ଖୁଲାସା । ରାଜଧାନୀ ଭୁବନେଶ୍ବରରୁ ଜବତ ସିମ୍ ବକ୍ସ ସହ ବାଂଲାଦେଶ ଲିଙ୍କ୍ । ପୋଲିସ କମିଶନର ସଞ୍ଜୀବ ପଣ୍ଡା ସିମ୍ ବକ୍ସ ଜବତ ଘଟଣାରେ ବାଂଲାଦେଶ ଲିଙ୍କ୍ ରହିଥିବା ସ୍ପଷ୍ଟ କରିଛନ୍ତି। ସିମ୍ ବକ୍ସ ବାଂଲାଦେଶ ସୀମା ଦେଇ ପଶ୍ଚିମବଙ୍ଗ ପରେ ଭୁବନେଶ୍ବରରେ ପହଞ୍ଚିଥିଲା। ପଶ୍ଚିମବଙ୍ଗର ରାଜୁ ମଣ୍ଡଳ ଜରିଆରେ ବାଂଲାଦେଶର ଆଶାଦୂର ଜମାନ ହିଁ ଏହାକୁ ଅପରେଟ କରୁଥିବା ନେଇ କହିଛନ୍ତି ପୋଲିସ କମିଶନର। ସିମବକ୍ସ ସହ ବାଂଲାଦେଶ ଲିଙ୍କ ପଦାରେ ପଡିବା ପରେ ପୋଲିସର ଚିନ୍ତା ବଢିଯାଇଛି। ଅନ୍ୟପଟେ ସିମ୍ ବକ୍ସରୁ ଜବତ ସିମ ପାକିସ୍ତାନ, ଚୀନ ଓ ମିଡିଲ ଇଷ୍ଟକୁ କଲ୍ କରାଯାଉଥିଲା । ଏପରି ସିମ ବକ୍ସରୁ ସାଇବର ଫ୍ରଡ୍ , ହେଟ୍ ମେସେଜ, ଆତଙ୍କୀ ଓ ଅନ୍ୟାନ୍ୟ ଅପରାଧ ପାଇଁ ବ୍ୟବହାର କରାଯାଇଥାଏ । ତେବେ ଏଠାରେ କେଉଁ ପ୍ରକାର ଅପରାଧିକ କାର୍ଯ୍ୟରେ ଲାଗିଛି ଜଣାପଡ଼ିନି ବୋଲି ପୋଲିସ କମିଶନର ସ୍ପଷ୍ଟ କରିଛନ୍ତି । ସିମ ସ୍କାମର ମାଷ୍ଟର ମାଇଣ୍ଡ ହେଉଛି ବାଂଲାଦେଶୀ ନାଗରିକ ଆଶାଦ୍ଦୁର ଜମାନ । ପଶ୍ଚିମବଙ୍ଗର ରାଜୁ ମଣ୍ଡଳକୁ ଏଜେଣ୍ଟ ଭାବେ ଏଠି ନିୟୋଜିତ କରୁଥିଲା । ଭୁବନେଶ୍ବର ଆସି ରାଜୁ ସହ ହୋଟେଲରେ ରହିଥିଲା ଆଶାଦ୍ଦୁର । କେଶୁରାରେ ଭଡ଼ାଘର ନେଇ ସିମବକ୍ସ ରାକେଟ ଚଲାଇଥିଲା । ଆଶଦ୍ଦୁର ନିର୍ଦ୍ଦେଶରେ ରାଜୁ ଭୁବନେଶ୍ବରରେ କାର୍ଯ୍ୟ କରୁଥିଲା । ୫ଟି ଅପରେସନାଲ ସିମବକ୍ସ ମିଳିଛି । ୨ଟି ରିଜର୍ଭ ସିମବକ୍ସ ରହିଛି । ୨୨୫ଟି ସିମ୍ କାର୍ଯ୍ୟକ୍ଷମ ଥିଲା । ଏହା ସହ ୨ଟି ୱୟାରଲେସ ରାଉଟର ମଧ୍ୟ ମିଳିଛି । ଗତକାଲି ସ୍ପେଶାଲ ସ୍କାଡ ଓ ଲକ୍ଷ୍ମୀସାଗର ପୋଲିସ ୭ଟି ସିମବକ୍ସ ଓ ହଜାରେରୁ ଅଧିକ ସିମକାର୍ଡ ମିଳିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25.2 ° C
    25.2 °
    25.2 °
    76 %
    0.6kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ