Wednesday, March 18, 2026
23.6 C
Odisha

    ଭୁବନେଶ୍ବରରେ ପହଞ୍ଚିଲେ ଆଦର୍ଶ, ବଖାଣିଲେ ଛାତିଥରା କାହାଣୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର :  ଭୁବନେଶ୍ବର ଫେରିଲେ ସୁଦାନ ଗୃହ ଯୁଦ୍ଧରେ ଫସିଥିବା ଓଡ଼ିଆ ଯୁବକ । ଅପହରଣର ୪୫ ଦିନ ପରେ ତାଙ୍କୁ ଉଦ୍ଧାର କରାଯାଇଛି । ଭୁବନେଶ୍ବରରେ ପହଞ୍ଚି ଆତ୍ମବିଭୋର ହୋଇପଡିଥିଲେ ଆଦର୍ଶ । ମାଆ, ସ୍ତ୍ରୀ ଓ ପୁଅକୁ ଦେଖି ଖୁସିରେ କାନ୍ଦି ପକାଇଥିଲେ । ବିମାନବନ୍ଦରରେ ଭାବବିହ୍ବଳ ସ୍ଥିତି ସୃଷ୍ଟି ହୋଇଥିଲା । ଫେରିବା ପରେ ଛାତିଥରା କାହାଣୀ ବଖାଣିଛନ୍ତି । ମୁଁ ବଞ୍ଚିବି ବୋଲି ଭାବି ନଥିଲି କହିଛନ୍ତି ଆଦର୍ଶ । ସେଠାକାର ପରିସ୍ଥିତି ବହୁତ ଖରାପ ଥିଲା । ମୁଁ ସୁରକ୍ଷିତ ସ୍ଥାନକୁ ଯିବାବେଳେ RSF ଆତଙ୍କୀ ମୋତେ ଧରିନେଇଥିଲେ । ୩ ଦିନ ଜଙ୍ଗଲରେ ରଖିଥିଲେ ପରେ ଜେଲ୍ ନେଇଥିଲେ । ମୋତେ ଅପହରଣ ବେଳେ ବହୁତ ମାଡ଼ ମାରିଥିଲେ । ୨୦୨୨ରେ ପରିବାର ପ୍ରତିପୋଷଣ କରିବାକୁ ସୁଦାନକୁ ଜଗତସିଂହପୁର ଜ଼ିଲ୍ଲା ତିର୍ତ୍ତୋଲ ଅଞ୍ଚଳର ଆଦର୍ଶ ବେହେରା । ଆଫ୍ରିକୀୟ ଦେଶ ସୁଦାନରେ ଗୃହଯୁଦ୍ଧ ଚାଲିଥିବାବେଳେ ଅପହରଣ କରି ନେଇଥିଲେ । ଆଦର୍ଶଙ୍କୁ ସୁଦାନରେ ରାପିଡ ସପୋର୍ଟ ଫୋର୍ସେସ(ଆରଏସଏଫ୍) ଅପହରଣ ପରେ ବନ୍ଦୀ କରି ରଖାଯାଇଥିଲା । ସୁରକ୍ଷିତ ଭାବେ ଫେରାଇ ଆଣିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଆଦର୍ଶ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.6 ° C
    23.6 °
    23.6 °
    50 %
    2.1kmh
    72 %
    Tue
    25 °
    Wed
    35 °
    Thu
    35 °
    Fri
    36 °
    Sat
    34 °

    ସମ୍ବନ୍ଧିତ