Friday, November 28, 2025
13.3 C
Odisha

    ଭୁବନେଶ୍ବର ପାତ୍ରପଡ଼ାରେ ହିଟ୍ ଆଣ୍ଡ ରନ୍ ମାମଲା, ଚିକିତ୍ସାଧୀନ ଅବସ୍ଥାରେ ଜୀବନ ହାରିଲେ ମାଆ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : କୁନି ଝିଅ ପରେ ଏବେ ଜୀବନ ହାରିଲେ ମାଆ । ଭୁବନେଶ୍ବର ପାତ୍ରପଡ଼ାରେ ଥାର ଗାଡ଼ି ଧକ୍କାରେ ଗୁରୁତର ହୋଇଥିବା ମହିଳାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ମୃତ ମହିଳା ରେବତୀ ରାଉଳ । ରାଖୀ ପୂର୍ଣ୍ଣିମାରେ ପାତ୍ରପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା ।

    ଘଟଣାସ୍ଥଳରେ ୮ ବର୍ଷିୟ କୁନି ଝିଅର ମୃତ୍ୟୁ ଘଟିଥିବା ବେଳେ ଆଜି ଜୀବନ ହାରିଛନ୍ତି ମାଆ । ଥାର ଗାଡ଼ି ଜବତ ହୋଇଥିବା ବେଳେ ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଏବେବି ଫେରାର ଅଛି । ଗତ ଶନିବାର ପାତ୍ରପଡାରେ ରେସିଂ କରୁଥିବା ବେଳେ କୁନି ଝିଅ ସମେତ ତାଙ୍କ ମାଆ ଓ ଭାଇକୁ ଧକ୍କା ଦେଇଥିଲା ଥାର ଗାଡି ।

    ଘଟଣାସ୍ଥଳରେ କୁନି ଝିଅର ମୃତ୍ୟୁ ହୋଇଥିବା ବେଳେ ଭାଇ ଓ ମାଆ ଗୁରୁତର ଭାବେ ହସ୍ପିଟାଲରେ ଭର୍ତି ହୋଇଥିଲେ । ମୃତ ମହିଳାଙ୍କ ସ୍ବାମୀ କନିଶନରେଟ ପୋଲିସର ହୋମଗାର୍ଡ ଭାବେ କାର୍ଯ୍ୟରତ ଅଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    13.3 ° C
    13.3 °
    13.3 °
    56 %
    1.3kmh
    31 %
    Thu
    13 °
    Fri
    25 °
    Sat
    25 °
    Sun
    27 °
    Mon
    26 °

    ସମ୍ବନ୍ଧିତ