Thursday, July 9, 2026
26.6 C
Odisha

    ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଗୋଟିଏ ପରେ ଗୋଟିଏ ଅଘଟଣ ଘଟିଚାଲିଛି । ରାଜଧାନୀରେ ଆପାର୍ଟମେଣ୍ଟରେ ଦୁଷ୍କର୍ମ । ସମ୍ପର୍କରେ କଳଙ୍କ ଲଗାଇଲା ମଉସା । ନୟାପଲ୍ଲୀ ଥାନା ଅଞ୍ଚଳ ସ୍ଥିତ ଏକ ଆପାର୍ଟମେଣ୍ଟରେ ନାବାଳିକା ଝିଆରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ମଉସାକୁ ଗିରଫ କରିଛି ନୟାପଲ୍ଲୀ ପୋଲିସ । ଘଟଣାରେ ମାଉସୀଙ୍କ ସମ୍ପୃକ୍ତି ଅଭିଯୋଗ ଆସିବା ପରେ ତାଙ୍କୁ ମଧ୍ୟ ଗିରଫ କରାଯାଇଛି। ଅଭିଯୋଗ ଅନୁଯାୟୀ, କନ୍ଧମାଳ ଜିଲ୍ଲାରୁ ପାଠ ପଢ଼ିବା ପାଇଁ ଭୁବନେଶ୍ୱରରେ ମାଉସୀଙ୍କ ଘରକୁ ଆସି ରହୁଥିଲେ ପୀଡ଼ିତା । ତାଙ୍କୁ ମଉସା ଜଣକ ବାରମ୍ବାର ଦୁଷ୍କର୍ମ କରିଆସୁଥିବା ଅଭିଯୋଗ ହୋଇଛି । ଶେଷରେ ପୀଡ଼ିତା ଜଣକ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ତଦନ୍ତ ପରେ ମଉସା ଜୟକୃଷ୍ଣ ଓ ମାଉସୀ ଫୁଲନ୍ଧିନୀ ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ନୟାପଲ୍ଲୀ ପୋଲିସ ।

    ଆଗକୁ ପଢନ୍ତୁ

    ରାଜନଗର : ଅବକାରୀ ବିଭାଗ କବଜାରେ ଧଳା ଜହର ବେପାରୀ । ଧଳା ଜହର ସହ ଜଣଙ୍କୁ ଗିରଫ କଲା ପଟ୍ଟାମୁଣ୍ଡାଇ ଅବକାରୀ ସ୍ପେସିଆଲ ସ୍କ୍ୱାର୍ଡ । ଗିରଫ ଅଭିଯୁକ୍ତ ହେଲେ ପଟ୍ଟାମୁଣ୍ଡାଇ ବ୍ଲକ ନିମପୁର ଗ୍ରାମର ବିଶ୍ୱଜିତ ଦାସ । ଅଭିଯୁକ୍ତ ପାଖରୁ ୪୫ ଗ୍ରାମ ର ଧଳା ଜହର ଜବତ ସହ ଗୋଟେ ସ୍କୁଟି ଗାଡିକୁ ମଧ୍ୟ ଜବତ କରିଛି ଅବକାରୀ ବିଭାଗ । ଜବତ ହୋଇଥିବା ଧଳା ଜହର ର ଆନୁମାନିକ ମୂଲ୍ୟ ପାଖାପାଖି ୪ଲକ୍ଷ ୫୦ହଜାର ଟଙ୍କା ବୋଲି ଜଣା ପଡିଛି । ସୂଚନା ଥାଉକି ଜିଲ୍ଲା ଅବକାରୀ ଏସପିଙ୍କ ନିର୍ଦେଶ କ୍ରମେ ଆଜି ପଟ୍ଟାମୁଣ୍ଡାଇ ଅବକାରୀ ବିଭାଗର ବିଭିନ୍ନ ଯାଗାରେ ଚଢ଼ାଉ ହୋଇଛି ।

    ପରେ ବିଶେଷ ସୂତ୍ରରୁ ଖବର ପାଇ ପଟ୍ଟାମୁଣ୍ଡାଇ ବ୍ଲକ ନିମପୁର ଗ୍ରାମ ନିକଟରେ ଅତର୍କିତ ଚଢ଼ାଉ କରି ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି । ଅନ୍ୟପଟେ ଦୀର୍ଘ ଦିନ ହେବ ପଟ୍ଟାମୁଣ୍ଡାଇରେ ବଢ଼ି ଚାଲିଛି ଧଳା ଜହର କାରବାର । ଯାହାକୁ ନେଇ ପଟ୍ଟାମୁଣ୍ଡାଇ ବାସୀଙ୍କ ମନରେ ଅସନ୍ତୋଷ ବଢିଥିଲା । ପଟ୍ଟାମୁଣ୍ଡାଇ ର ଯୁବପିଢ଼ି ଓ ସ୍କୁଲ ଛାତ୍ର ମାନେ ଏହାର ଶିକାର ହୋଇ ଦିନକୁଦିନ ବିପଥଗାମୀ ହେଉଥିଲେ । ସେନେଇ ଆକ୍ସନ ମୋଡ଼ରେ ଜିଲ୍ଲା ଅବକାରୀ ବିଭାଗ ।

    ଅବକାରୀ ବିଭାଗର ଏକ ଟିମ ବିଶେଷ କରି ବ୍ରାଉନ ସୁଗାର ବେପାରୀଙ୍କ ଉପରେ ଲକ୍ଷ୍ୟ ରଖିଥିଲା । ତେବେ ଆଜି ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା । ବିଶେଷ ସୂତ୍ରରୁ ଖବର ପାଇ ପଟ୍ଟାମୁଣ୍ଡାଇ ଅବକାରୀ ବିଭାଗ ର ଉପନିରୀକ୍ଷକ ଋତୁପ୍ରଭା ସ୍ୱାଇଁ ନିଜ ର ଟିମ ସହ ଚଢ଼ାଉ କରି ବ୍ରାଉନ ସୁଗାର ବେପାରୀକୁ ଧରିବାରେ ସଫଳ ହୋଇଛନ୍ତି । ତେବେ ଅଭିଯୁକ୍ତ କୁ ଅବକାରୀ ବିଭାଗ କୋର୍ଟ ଚାଲାଣ କରିଥିବା ବେଳେ ତାଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26.6 ° C
    26.6 °
    26.6 °
    80 %
    1.9kmh
    60 %
    Wed
    27 °
    Thu
    28 °
    Fri
    24 °
    Sat
    24 °
    Sun
    29 °

    ସମ୍ବନ୍ଧିତ