Thursday, November 19, 2026
16.6 C
Odisha

    ଭୁବନେଶ୍ବର ରାଜମହଲ ଛକରେ ଥିବା ଶ୍ରୀଲେଦର୍ସ ସୋ’ ରୁମରେ ନିଆଁ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଶ୍ରୀଲେଦର୍ସରେ ନିଆଁ । ଭୁବନେଶ୍ବର ରାଜମହଲ ଛକରେ ଥିବା ଶ୍ରୀଲେଦର୍ସ ସୋ’ ରୁମରେ ଅଗ୍ନିକାଣ୍ଡ ହୋଇଛି । ଭୋର ୫ଟା ବେଳେ ହଠାତ୍ ଧୂଆଁ ବାହାରିଥିଲା । ଅଗ୍ନିକାଣ୍ଡର ସନ୍ଦେହ ହେବା ପରେ ତୁରନ୍ତ ଫାୟାର ଷ୍ଟେସନକୁ ଖବର ଦିଆଯାଇଥିଲା । ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଭୁବନେଶ୍ୱର ଫାୟାର ଷ୍ଟେସନର ଟିମ୍ । ଏହାପରେ ସେକ୍ରେଟାରିଏଟ୍ ଫାୟାର ଷ୍ଟେସନ୍ ଓ ସିଆର୍‌ଏସ୍‌ଏଫ୍‌ଏଫ୍‌ର ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅଗ୍ନିଶମ କର୍ମଚାରୀମାନେ ମିଳିତ ଭାବେ ଅପରେସନ୍ କରି ନିଆଁକୁ ଆୟତ୍ତ କରିଥିଲେ । ତେବେ , ଅଗ୍ନିକାଣ୍ଡରେ କୌଣସି ମୃତାହତ ହୋଇନାହାନ୍ତି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଏବଂ କ୍ଷୟକ୍ଷତି ନେଇ ଅଧିକ ତଦନ୍ତ ଜାରି ରହିଛି।ସୌଭାଗ୍ୟବଶତଃ ଅଗ୍ନିକାଣ୍ଡରେ କାହାର କିଛି ହୋଇନାହିଁ। ଅଗ୍ନିକାଣ୍ଡ କିପରି ଲାଗିଲା ସେନେଇ ତଦନ୍ତ ଚାଲିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    16.6 ° C
    16.6 °
    16.6 °
    95 %
    0.6kmh
    100 %
    Thu
    17 °
    Fri
    19 °
    Sat
    24 °
    Sun
    27 °
    Mon
    27 °

    ସମ୍ବନ୍ଧିତ