Thursday, October 8, 2026
22.5 C
Odisha

    ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ରଥଯାତ୍ରା ଆରମ୍ଭ

    ଆଗକୁ ପଢନ୍ତୁ

    ବାରିପଦା   : ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ରଥଯାତ୍ରା ଆରମ୍ଭ । ପାରମ୍ପରିକ ରୀତିନୀତିରେ ପ୍ରଥମ ଦିନରେ କେବଳ ପହଣ୍ଡି ହୋଇଥିଲା । ରଥାରୂଢ ହୋଇ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ଆଜି ଓ କାଲି ଦୁଇ ଦିନ ଧରି ଚାଲିବ ରଥଟଣା ।  ଆଜି ବଡଠାକୁର ବଳଭଦ୍ରଙ୍କ ରଥ ଟଣା ହୋଇ ମାଉସୀ ମାଆ ମନ୍ଦିରରେ ପହଞ୍ଚିବା ପରେ ଆରମ୍ଭ ହେବ ଦେବୀ ସୁଭଦ୍ରାଙ୍କ ରଥଟଣା। ସୁଭଦ୍ରାଙ୍କ ରଥ ଟାଉନଥାନା ସମ୍ମୁଖରେ ରହିବ। କାଲି ଟାଉନଥାନା ସମ୍ମୁଖରୁ ସୁଭଦ୍ରାଙ୍କ ରଥ ଟଣାହୋଇ ଶ୍ରୀ ମନ୍ଦିର ପହଞ୍ଚିବା ପରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଟଣା ଆରମ୍ଭ ହେବ । ଦିନ ଅଢେଇଟାରୁ ଆରମ୍ଭ ହେବ ରଥଟଣା । ରଥଯାତ୍ରାକୁ ଶାନ୍ତିଶୃଙ୍ଖଳା ସହ ସମ୍ପନ୍ନ କରିବା ପାଇଁ ମଧ୍ୟ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

    ୧୮ ତାରିଖରେ ମହାପ୍ରଭୁ ଜଗନ୍ନାଥ ମାଉସୀ ମାଆ ମନ୍ଦିର ଅଭିମୁଖେ ବାହାରିବେ । କହିବାକୁ ଗଲେ ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ୨ ଦିନ ଧରି ଘୋଷଯାତ୍ରା ଅନୁଷ୍ଠିତ ହୋଇଥାଏ । ତାପରେ ରହିଛି ବାହୁଡ଼ାଯାତ୍ରା । ରଥ ଓ ବାହୁଡ଼ାଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସୁପରିଚାଳନା ନିମନ୍ତେ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ସହରକୁ ରଙ୍ଗବେରଙ୍ଗରେ ସଜା ଯାଇଛି।

    ରଥଯାତ୍ରା ସମୟରେ ବଡଦାଣ୍ଡ ରାସ୍ତା ଦେଇ କୌଣସି ବଡ ଯାନବାହାନ ଚଳାଚଳ କରିପାରିବ ନାହିଁ । ବିକଳ୍ବ ରାସ୍ତା ଦେଇ ଭାରିଯାନ ଚଳାଚଳ କରିବ । ଏଥି ନିମନ୍ତେ ପୋଲିସ ପକ୍ଷରୁ ରୁଟ୍ ଚାର୍ଟ ଜାରି କରାଯାଇଛି । ରଥଯାତ୍ରାଠୁ ବାହୁଡା ଯାତ୍ରା ପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ୧୨୦ରୁ ଉର୍ଦ୍ଧ୍ବ ପୋଲିସ ଅଧିକାରୀ ଓ କର୍ମଚାରୀ ଏବଂ ୨୮ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ହୋଇଥିବା କହିଛନ୍ତି ମୟୂରଭଞ୍ଜ ଏସପି ବରୁଣ ଗୁଣ୍ଡୁପାଲ୍ଲି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.5 ° C
    22.5 °
    22.5 °
    88 %
    1.7kmh
    0 %
    Wed
    22 °
    Thu
    30 °
    Fri
    29 °
    Sat
    30 °
    Sun
    30 °

    ସମ୍ବନ୍ଧିତ