Saturday, April 4, 2026
29 C
Odisha

    ଭୁବନେଶ୍ବର KIIT ପକ୍ଷରୁ ବିଶାଳ ରକ୍ତଦାନ ଶିବିର, ଉଦଘାଟନ କଲେ ଡ. ଅଚ୍ୟୁତ ସାମନ୍ତ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଭୁବନେଶ୍ବର KIIT ପକ୍ଷରୁ ବିଶାଳ ରକ୍ତଦାନ ଶିବିର । ଆର୍ଟ ଅଫ୍‍ ଗିଭିଂର ଅନ୍ୟତମ ପ୍ରୟାସ ଭାବେ ପ୍ରତିବର୍ଷ ଏହି ରକ୍ତଦାନ ଶିବିରର ଆୟୋଜନ କରାଯାଇଥାଏ । କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଶିବିରକୁ ଉଦଘାଟନ କରିବା ସହ ଉପସ୍ଥିତ ସ୍ବେଚ୍ଛାସେବୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଏଥିରେ କିମ୍‍ସ ସମେତ ରାଜ୍ୟର ଅନ୍ୟାନ୍ୟ ମେଡିକାଲ୍‍ର ରକ୍ତଭଣ୍ଡାର ଟିମ ଯୋଗଦେଇ ରକ୍ତ ସଂଗ୍ରହ କରୁଛନ୍ତି । କାର୍ଯ୍ୟକ୍ରମରେ କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, ଉପକୁଳପତି ପ୍ରଫେସର ଡା. ସିବିକେ ମହାନ୍ତି, ପ୍ରଫେସର କେ.ଡି ରାଜୁ, କିମ୍ସ ମେଡିକାଲ କଲେଜ ଅଧ୍ୟକ୍ଷ ପ୍ରଫେସର ଆର.ସି ଦାସ, କିମ୍ସ ମେଡିକାଲ ଅଧିକ୍ଷକ ଡା. ମାନସ ବେହେରା, କିଟ୍ ବିଶ୍ୱବିଦ୍ୟାଳୟ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, କିମ୍ସ ଗ୍ରୁପ୍ ଡାଇରେକ୍ଟର ଡ. ଦିଲ୍ଲୀପ ପଣ୍ଡାଙ୍କ ସମେତ କିଟ୍ ଓ କିମ୍ସର ବହୁ ବରିଷ୍ଠ ପଦାଧିକାରୀ ଯୋଗଦେଇଛନ୍ତି । ହଜାର ହଜାର କିଟ୍‍, କିସ୍‍ ଓ କିମ୍‍ସର ଛାତ୍ରଛାତ୍ରୀ ଓ କର୍ମଚାରୀ ସ୍ୱେଚ୍ଛାକୃତ ରକ୍ତଦାନ କରୁଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29 ° C
    29 °
    29 °
    48 %
    6kmh
    100 %
    Sat
    31 °
    Sun
    35 °
    Mon
    37 °
    Tue
    37 °
    Wed
    39 °

    ସମ୍ବନ୍ଧିତ