Sunday, December 7, 2025
26 C
Odisha

    ଭୁବନେଶ୍ୱରରେ ଖୋଲିବ ଆଉ ଦୁଇ ତହସିଲ୍

    ଆଗକୁ ପଢନ୍ତୁ

    ଭୁବନେଶ୍ୱର   : ଭୁବନେଶ୍ବରରେ ଆଉ ୨ ନୂଆ ତହସିଲ ଅଫିସ୍‌ ପ୍ରସ୍ତୁତ ହେବାକୁ ଯାଉଛି । ପୁରୁଣା ଭୁବନେଶ୍ବରରେ ଥିବା ତହସିଲ ଅଫିସ୍‌ରେ କ୍ରମାଗତ ଭାବେ ଚାପ ବଢ଼ିବାରେ ଲାଗିବା ପରେ ସରକାରଙ୍କ ପକ୍ଷରୁ ଆଉ ୨ ନୂଆ ତହସିଲ ଖୋଲିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ପ୍ରକ‌ା‌ଶ ପରେ ବର୍ତ୍ତମାନ ପ୍ରଶାସନିକ ସ୍ତରରେ ତତ୍ପରତା ଦେଖାଦେଇଛି । ପୂର୍ବରୁ ଥିବା ୨୮ ରାଜସ୍ବ ନିରୀକ୍ଷକ (ଆର୍‌ଆଇ) ସର୍କଲକୁ ୩ଟି ତହସିଲ ଅଫିସ୍‌ ଅଧୀନରେ ଭାଗ ଭାଗ କରିବା ପାଇଁ ନୀଳ ନକ୍ସା ପ୍ରସ୍ତୁତ ହୋଇଛି । ଏବେ ଉପକଣ୍ଠରେ ଜମି କିଣାବିକା ଅଧିକ ହେଉଛି । ସହର ଖଣ୍ଡଗିରି ଓ ରସୁଲଗଡ଼ ଦିଗରେ ବଢୁଛି । ତେଣୁ ଏହି ୨ ଅଞ୍ଚଳରେ ରହୁଥିବା ବାସିନ୍ଦାଙ୍କର ଜମି କିଣାବିକା, ମାଲିକାନା ହସ୍ତାନ୍ତର, ପଟ୍ଟା ପ୍ରସ୍ତୁତି, ଜାତିଗତ ଓ ଅନ୍ୟାନ୍ୟ ପ୍ରମାଣପତ୍ର ସମସ୍ୟା ହେଲେ କଳ୍ପନା ସ୍ଥିତ କାର୍ଯ୍ୟାଳୟକୁ ଦୌଡ଼ିବାକୁ ହେଉଛି । ସେଥିପାଇଁ ନୂଆ ତହସିଲ ଗୋଟିଏ ରସୁଲଗଡ଼ ଓ ଗୋଟିଏ ଖଣ୍ଡଗିରିରେ ଖୋଲିବାକୁ ନିଷ୍ପତ୍ତି ହୋଇଛି । ଭୁବନେଶ୍ୱର ତହସିଲ ଅଧୀନରେ ସୁନ୍ଦରପଦା, ଭୁବନେଶ୍ୱର, ଇତିପୁର, ଧଉଳି ଓ  ଶିଶୁପାଳ ଭଳି ୯ଟି ଆର୍‌ଆଇ ସର୍କଲ ରହିବାକୁ ଯୋଜନା ହୋଇଛି । ସେହିଭଳି  ନୂଆ ଖୋଲା ହେବାକୁ ଥିବା ରସୁଲଗଡ଼ ଅଞ୍ଚଳରେ ଗାଡ଼କଣ, ବାସୁଆଘାଇ, ଲକ୍ଷ୍ମୀସାଗର, ଗଡ଼ଗୋବିନ୍ଦପ୍ରସାଦ, ପାଣ୍ଡରାକୁ ମିଶାଇ ୯ଟି ଆର୍‌ଆଇ ସର୍କଲ ରହିବ । ଖଣ୍ଡଗିରିରେ ହେବାକୁ ଥିବା ଆର୍‌ଆଇ ସର୍କଲରେ ପାଇକରାପୁର, ପାତ୍ରପଡ଼ା, ଜାଗମରା, ତମାଣ୍ଡୋ, ଘାଟିକିଆ ସମେତ ୧୦ଟି ସର୍କଲ ରହିବ । ଏହା ସରକାରୀ ଅନୁମୋଦନ ପାଇବା ପରେ ନୂଆ ତହସିଲ ଅଞ୍ଚଳକୁ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    26 ° C
    26 °
    26 °
    24 %
    2.4kmh
    19 %
    Sun
    26 °
    Mon
    26 °
    Tue
    26 °
    Wed
    26 °
    Thu
    26 °

    ସମ୍ବନ୍ଧିତ