Sunday, October 4, 2026
24.3 C
Odisha

    ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଜେପିର ବର୍ଷେ ପୂର୍ତ୍ତି ଅବସରରେ ଓଡ଼ିଶା ଆସିଛନ୍ତି ପ୍ରଧାନମନ୍ତ୍ରୀ। ମୋଦିଙ୍କ ଗସ୍ତ ପାଇଁ ରାଜଧାନୀ ପାଲଟିଛି ଲୋକାରଣ୍ୟ। ଅପରାହ୍ନ ୩.୫୦ରେ ଆସି ବିମାନବନ୍ଦରରେ ପହଞ୍ଚିଛନ୍ତି ନରେନ୍ଦ୍ର ମୋଦି। ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦରରେ ପ୍ରବଳ ଭିଡ଼। ମୋଦିଙ୍କୁ ଦେଖିବାକୁ ଭୁବନେଶ୍ୱରରେ ପ୍ରବଳ ଭିଡ଼।

    ମୋଦିଙ୍କୁ ଦେଖିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ବିଜେପି କର୍ମୀ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଯାହା କୁହାଯାଉଛି ଆଜି ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ବିଭିନ୍ନ ପ୍ରକାର ପ୍ରକଳ୍ପ ଭେଟି ଦେବେ। ନୂତନ ରେଳ ପ୍ରକଳ୍ପର ଶିଳାନ୍ୟାସ କରିବେ। ନିର୍ବାଚନ ସମୟରେ ୨୦୨୪ ମସିହାରେ ମୋଦିଙ୍କର ପ୍ରଥମ ରୋଡ୍ ଶୋ ଭୁବନେଶ୍ୱରରେ ଦେଖିବାକୁ ମିଳିଥିଲା। ଆଉ ବିଜେପି ରାଜ୍ୟରେ ଶାସନ ଭାର ଗ୍ରହଣ କରିବାର ବର୍ଷେ ପୂର୍ତ୍ତି ଅବସରରେ ପୁଣିଥରେ ରାଜଧାନୀରେ ରୋଡ୍ ଶୋ କରିବେ ପ୍ରଧାନମନ୍ତ୍ରୀ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ