Thursday, November 19, 2026
18.2 C
Odisha

    ଭୁବନେଶ୍ୱରରେ ରକ୍ତାକ୍ତ ରାସ୍ତା, କାର୍ ଧକ୍କାରେ ଜଣେ ମୃତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଭୁବନେଶ୍ୱରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । କାର୍ ଧକ୍କାରେ ଚାଲିଗଲା ବାଇକ୍ ଆରୋହୀଙ୍କ ଜୀବନ। ରାଜଧାନୀର ସିଆରପି ଛକରେ ଘଟିଛି ଏଭଳି ଦୁଃଖଦ ଘଟଣା । ମୃତକ ହେଉଛନ୍ତି ବଳରାମ ବେଉରା । ତାଙ୍କ ଘର କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳରେ ବୋଲି ଜଣାପଡ଼ିଛି।

    ସୂଚନା ଅନୁସାରେ, ବଳରାମ ବାଇକ୍ ଯୋଗେ ଯାଉଥିବା ସମୟରେ ସିଆରପି ଛକ ନିକଟରେ ଏକ କାର୍ ତାଙ୍କୁ ଧକ୍କା ଦେଇଥିଲା । କାର୍‌ର ଧକ୍କା ଏତେ ଜୋର୍ ଥିଲା ଯେ, ଏଥିରେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ପରେ ଘଟଣାସ୍ଥଳରେ ହଠାତ୍ ଉତ୍ତେଜନା ଦେଖାଦେଇଥିଲା । ଖବର ପାଇ ନୟାପଲ୍ଲୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ବଳରାମଙ୍କ ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

    ଅନ୍ୟପଟେ, ଏହି ଦୁର୍ଘଟଣା ଘଟଣାରେ ପୋଲିସ ୩ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଦୁର୍ଘଟଣା କେଉଁ ପରିସ୍ଥିତିରେ ଘଟିଲା, କାର୍‌ର ଗତି କେତେ ଥିଲା ଏବଂ ଏଥିରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି, ସେନେଇ ପୋଲିସ ତଦନ୍ତ ଚଳାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    18.2 ° C
    18.2 °
    18.2 °
    78 %
    1.4kmh
    100 %
    Thu
    18 °
    Fri
    19 °
    Sat
    24 °
    Sun
    27 °
    Mon
    27 °

    ସମ୍ବନ୍ଧିତ