Wednesday, October 7, 2026
21.5 C
Odisha

    ଭୁବନେଶ୍ୱର AIIMSରେ ଆରମ୍ଭ ହୋଇଛି କାର୍ଡିଓଥୋରାସିକ୍ ସର୍ଜରୀର ପ୍ରଥମ ବାର୍ଷିକ ସମ୍ମିଳନୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଭୁବନେଶ୍ୱର AIIMSରେ ଏବେ ବିଭିନ୍ନ ପ୍ରକାର ଅସ୍ତ୍ରୋପଚାର କରାଯାଉଛି। ଆଉ ଏମ୍ସରେ ଏହି ବର୍ଷେ ହେବ ଭଲ ଚିକିତ୍ସା ସୁବିଧା ଯୋଗାଉଛି କାର୍ଡିଓଥୋରାସିକ୍ ସର୍ଜରୀ। ତେଣୁ ଭୁବନେଶ୍ୱର ଏମସ୍ ନିଜର ମିନି ଅଡିଟୋରିୟମରେ ଜୁଲାଇ ୧୨ ରୁ ୧୪ ପର୍ଯ୍ୟନ୍ତ ଆୟୋଜିତ କରୁଛି ‘ଓଡ଼ିଶା ସୋସାଇଟି ଅଫ୍ କାର୍ଡିଓଥୋରାସିକ୍ ଆଣ୍ଡ୍ ଭାସ୍କୁଲାର ସର୍ଜରୀର ପ୍ରଥମ ବାର୍ଷିକ ସମ୍ମିଳନୀ।
    ଏହି କାର୍ଯ୍ୟକ୍ରମରେ ୨୦୦ରୁ ଅଧିକ ପ୍ରତିନିଧି ଯୋଗ ଦେଇଛନ୍ତି। ଯେଉଁଥିରେ କାର୍ଡିଆକ୍ ସର୍ଜନ, କାର୍ଡିଆକ୍, ଆନାସ୍ଥେସିଓଲୋଜିଷ୍ଟ, ପରଫ୍ୟୁଜନିଷ୍ଟ ଏବଂ କାର୍ଡିଆକ୍ ନର୍ସ ସାମିଲ ଅଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଛନ୍ତି ଏମ୍ସ ଭୁବନେଶ୍ୱରର ନିର୍ଦ୍ଦେଶକ ଡକ୍ଟର ଆଶୁତୋଷ ବିଶ୍ୱାସ। ସଂଗଠନ ସଚିବ ଡକ୍ଟର ସିଦ୍ଧାର୍ଥ ସାଥିଆ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସିଦ୍ଧାର୍ଥ ସାଥିଆ କହିଥିଲେ ଯେ, ଏମ୍ସ ଭୁବନେଶ୍ୱର ପାଇଁ ଏହି ପ୍ରଥମ ରାଜ୍ୟ ସମ୍ମିଳନୀ ଆୟୋଜନ କରିବା ଏକ ଗର୍ବର ମୁହୂର୍ତ୍ତ।

    ଏହାସହ ରାଜ୍ୟରେ କାର୍ଡିଆକ୍ ସର୍ଜରୀ କ୍ଷେତ୍ରରେ ଓଡ଼ିଶା କେତେଦୂର ଆଗେଇଛି ଏବଂ ରାଜ୍ୟରେ କାର୍ଡିଆକ୍ ସର୍ଜରୀ ବା ହୃଦ୍ ଅସ୍ତ୍ରୋପୋଚାର କ୍ଷେତ୍ରରେ ପ୍ରଗତି ଦ୍ୱାରା ଲୋକମାନେ କିପରି ଉପକୃତ ହେଉଛନ୍ତି ତାହା ଉପରେ ମଧ୍ୟ ଆଲୋକପାତ କରିଥିଲେ। ଏହି ସମ୍ମିଳନୀର ମୂଳ ଲକ୍ଷ୍ୟ ଥିଲା ‘ମିନିମଲି ଇନଭେସିଭ୍ ହାର୍ଟ ସର୍ଜରୀ’ ସହିତ ହାର୍ଟ ଏବଂ ଫୁସଫୁସ ଟ୍ରାନ୍ସପ୍ଲାଣ୍ଟ ସର୍ଜରୀ ଏବଂ ପେଡିଆଟ୍ରିକ୍ କାର୍ଡିଆକ୍ ସର୍ଜରୀ କ୍ଷେତ୍ରରେ ସ୍ୱାସ୍ଥ୍ୟ ସେବାକୁ ପରବର୍ତ୍ତୀ ସ୍ତରକୁ ନେବା। ଯାହା ଦ୍ଵାରା ଆମ ରାଜ୍ୟବାସୀଙ୍କୁ ହୃଦ୍ ଅସ୍ତ୍ରୋପଚାର ପାଇଁ ରାଜ୍ୟ ବାହାରକୁ ଯିବାକୁ ପଡିବ ନାହିଁ। ବରଂ ନିଜ ରାଜ୍ୟରେ ସେମାନେ ଚିକିତ୍ସା ପାଇବାର ସୁବିଧା ପାଇପାରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.5 ° C
    21.5 °
    21.5 °
    86 %
    1.2kmh
    4 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ