Wednesday, October 7, 2026
21.5 C
Odisha

    FM କଲେଜ ଘଟଣା, AIIMSରେ ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ପାଇଁ ପହଞ୍ଚିଲେ ସ୍ୱାସ୍ଥ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ବାଲେଶ୍ୱର FM କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ପୀଡ଼ିତା ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବାକୁ ଭୁବନେଶ୍ୱର AIIMSରେ ପହଞ୍ଚିଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବି ପହଞ୍ଚିଲେ। ଏହାସହ ଭେଣ୍ଟିଲେଟରରେ ଝିଅକୁ ଦେଖିଲେ ବାପା। ତେବେ ଗତକାଲି ବାଲେଶ୍ୱର FM କଲେଜର ଜଣେ ଛାତ୍ରୀ HODଙ୍କ ନିର୍ଯ୍ୟାତନା ସହିନପାରି ନିଜ ଦେହରେ ନିଜେ କଲେଜ ପରିସରରେ ନିଆଁ ଲଗାଇ ଦେଇଥିଲେ। ବାରମ୍ୱାର ଅଭିଯୋଗ ସତ୍ତ୍ୱେ ପ୍ରିନ୍ସିପାଲ ପୀଡିତାଙ୍କ ଅଭିଯୋଗ ଶୁଣିନଥିଲେ। ତେଣୁ ଗତକାଲି ପ୍ରିନ୍ସିପାଲଙ୍କ ସହ କଥା ହେବା ପରେ ସେହିଠାରେ ହିଁ ପ୍ରିନ୍ସିପାଲଙ୍କ ଅଫିସ ବାହାରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ଛାତ୍ରୀ। ପରେ ଛାତ୍ରୀଙ୍କ ଦେହରୁ ନିଆଁ ଲିଭାଇବା ପାଇଁ ବହୁ ଚେଷ୍ଟା କରିଥିଲେ କଲେଜର ଛାତ୍ର ଛାତ୍ରୀ। ଯେଉଁଥିରେ ଅନ୍ୟଜଣେ ଛାତ୍ର ବି ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେପଟେ ଛାତ୍ରୀଙ୍କ ଦେହରୁ ନିଆଁ ଲିଭା ହେବା ବେଳକୁ ତାଙ୍କ ଶରୀରର ୯୦ ଭାଗ ପୋଡିଯାଇଥିଲା। ପ୍ରଥମେ ତାଙ୍କୁ ବାଲେଶ୍ୱର ପରେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ଏବେ ପୀଡିତାଙ୍କୁ ICU ଭେଣ୍ଟିଲେଟରରେ ରଖାଯାଇଛି। ତାଙ୍କ ପାଇଁ ଆଗାମୀ ୨୪ ରୁ ୪୮ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ହେଲେ ଏବେସୁଦ୍ଧା ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସିନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.5 ° C
    21.5 °
    21.5 °
    86 %
    1.2kmh
    4 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ