Tuesday, September 29, 2026
23.8 C
Odisha

    ‘ଭୂତି ଭକ୍ତି ବିଭୂତି’ ପାଇଁ ପ୍ରଫେସର ବୈଷ୍ଣବ ଚରଣ ସାମଲ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ :ପ୍ରଫେସର ବୈଷ୍ଣବ ଚରଣ ସାମଲ ପାଇବେ ଚଳିତ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ତାଙ୍କ ରଚିତ ପ୍ରବନ୍ଧ ପୁସ୍ତକ ‘ଭୂତି ଭକ୍ତି ବିଭୂତି’ ପାଇଁ ମିଳିବ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ୧୯୩୯ ମସିହା ଫେବୃଆରୀ ୨୭ରେ ଜନ୍ମ ଗ୍ରହଣ କରିଥିବା ପ୍ରଫେସର ସାମଲ ନିଜ ସାହିତ୍ୟ କୃତି ପାଇଁ ଅନେକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଜଣେ ଅଧ୍ୟାପକ ଓ ଗବେଷକ ଭାବେ ଉତ୍କଳ ବିଶ୍ବବିଦ୍ୟାଳୟଠାରୁ ବିଶ୍ୱଭାରତୀ ପର୍ଯ୍ୟନ୍ତ ଯାତ୍ରା ଓ ଅନେକ ସୃଷ୍ଟିର ସଂଭାର ତାଙ୍କୁ ଉଭୟ ଶିକ୍ଷକ, ଛାତ୍ରଛାତ୍ରୀ, ଗବେଷକ ଓ ପାଠକଙ୍କ ନିକଟରେ ପରିଚିତ କରାଇପାରିଛି। ଶ୍ରେଣୀକକ୍ଷ ଠାରୁ ସଭାକକ୍ଷ ଓ ମୁକ୍ତମଞ୍ଚର ଶ୍ରୋତାଙ୍କୁ ବିମୁଗ୍ଧ କରିଛି।ପ୍ରଫେସର ବୈଷ୍ଣବ ଚରଣ ସାମଲଙ୍କ ରଚିତ ପୁସ୍ତକ ମଧ୍ୟରେ ଓଡ଼ିଆ କ୍ଷୁଦ୍ରଗଳ୍ପର ଇତିବୃତ୍ତ, ଜଣେ ବଣା ବାଟୋଇର କାହାଣୀ, କହଇ ଅଭିରାମ ବାଇ, ଗଣକବି ସାହିତ୍ୟ ସମୀକ୍ଷା, ଲାବଣ୍ୟବତୀ, ଓଡ଼ିଆ ସାହିତ୍ୟର ଇତିହାସ, ଅତିବଡ଼ି ଜଗନ୍ନାଥ ଦାସ, ଓଡ଼ିଆ ଗଳ୍ପ-ଉନ୍ମେଷ ଓ ଉତ୍ତରଣ, ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ସାହିତ୍ୟର ଭୂମି ଓ ଭୂମିକା, ଓଡ଼ିଆ ସାହିତ୍ୟରେ ରାଧାନାଥ ଓ ସତ୍ୟବାଦୀ ଯୁଗ, ଘଟେ ଘଟେ ଅଶ୍ୱଥମା ଓ ଅନ୍ୟାନ୍ୟ ପ୍ରବନ୍ଧ, ଏକା ଏକା ନକ୍ଷତ୍ର, ଆଲୋକ ଆଲୋକନ ବିଲୋକନ ଏବଂ ସଂସ୍କୃତିର ମହକ ସାହିତ୍ୟର ଚମକ ଅନ୍ୟତମ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.8 ° C
    23.8 °
    23.8 °
    84 %
    1.5kmh
    7 %
    Tue
    24 °
    Wed
    30 °
    Thu
    31 °
    Fri
    31 °
    Sat
    31 °

    ସମ୍ବନ୍ଧିତ