Tuesday, September 29, 2026
23.8 C
Odisha

    ନଷ୍ଟ ହେଲାଣି ୭୦କୋଟି ଟଙ୍କାରୁ ଊର୍ଦ୍ଧ୍ବ ଗଂଜେଇ ଗଛ

    ଆଗକୁ ପଢନ୍ତୁ

    ରାୟଗଡ଼ା: ଗତ ଏକ ମାସ ମଧ୍ୟରେ ରାୟଗଡ଼ା ଆରକ୍ଷୀ ଅଧିକ୍ଷକ ସ୍ବାଥି ଏସ୍‌ କୁମାରଙ୍କ ନେତୃତ୍ବରେ ଜିଲ୍ଳାର ପଦ୍ମପୁର, ଗୁଡ଼ାରୀ, ଚନ୍ଦ୍ରପୁର ଓ ଗୁଣପୁର ବ୍ଲକ ଅଞ୍ଚଳରେ ବିପୁଳ ପରିମାଣରେ ଗଂଜେଇ ଚାଷ ହେଉଥିବା ଖବର ପାଇ ବ୍ୟାପକ ଭାବରେ ଚଢ଼ାଉ କରାଯାଇ ୭୦  କୋଟି ଟଙ୍କାରୁ ଊର୍ଦ୍ଧ୍ବ  ମୂଲ୍ୟର ଗଂଜେଇ ଗଛ ନଷ୍ଟ କରାଯାଇଥିବା ଜଣାପଡିଛି। ଏସ୍‌ପି ନିଜେ ଉପସ୍ଥିତ ରହି ପୁଲିସ, ଅବକାରୀ, ଜଙ୍ଗଲ ଏବଂ ପ୍ରଶାସନର ଅନ୍ୟ କର୍ମଚାରୀମାନଙ୍କୁ ସାଙ୍ଗରେ ନେଇ ଏହି ଚଢ଼ାଉ କରୁଛନ୍ତି। ଆଜି ସୁଦ୍ଧା ନଷ୍ଟ କରାଯାଇଥିବା ଗଂଜେଇ ଗଛର ମୂଲ୍ୟ ୭୦ କୋଟିରୁ ଉର୍ଧ ହୋଇଥିବା ଜଣାପଡ଼ିଛି। ଜିଲ୍ଳାର ପଦ୍ମପୁର, ଗୁଡ଼ାରୀ, ଚନ୍ଦ୍ରପୁର, ଗୁଣପୁର ଓ କାଶୀପୁରର ଦୁର୍ଗମ ଅଞ୍ଚଳରେ ପ୍ରବଳ ଗଂଜେଇ ଚାଷ ହୋଇଥାଏ। ପୂର୍ବରୁ ଏହି ଅଞ୍ଚଳ ଗୁଡ଼ିକରେ ନକ୍ସଲ ପ୍ରଭାବ ରହୁଥିବାରୁ ଚଢ଼ାଉ ଠିକ ରୂପେ ହୋଇପାରୁନଥିଲା। କିନ୍ତୁ ଜିଲ୍ଲାରେ ନକ୍ସଲ ସମସ୍ୟା ପାୟତଃ ନଥିବାରୁ ଗଞ୍ଜେଇ ଚାଷ ହେଉଥିବା ଅଞ୍ଚଳରେ ସ୍ଥାନୀୟ ପୁଲିସ ନେତୃତ୍ବରେ ଚଢାଉ ଜାରି ରହିଛି। ବାରମ୍ବାର ସଚେତନତା ପରେ ମଧ୍ୟ  ଗୁଡ଼ାରୀ, ପଦ୍ମପୁର  ଓ ଚନ୍ଦ୍ରପୁର ବ୍ଲକର ଦୁର୍ଗମ ଅଞ୍ଚଳରେ ବେଆଇନ ଭାବେ ଗଂଜେଇ ଚାଷ କରାଯାଉଅଛି। ବିଭିନ୍ନ ସୂତ୍ରରୁ ଖବର ତଥ୍ୟ ପାଇ ପୁଲିସ ଅତ୍ୟାଧୁନିକ ଟେକ୍ନୋଲୋଜି ସମ୍ପନ୍ନ‌ ଡ୍ରୋନ ବ୍ୟବହାର କରି ବିପୁଳ ଗ‌େଞଇ ଗଛ ନଷ୍ଟ କରୁଛି।

    ଏନେଇ ବିଭିନ୍ନ ଥାନାରେ ୨୦ଟି ମାମଲା ରୁଜୁ ହୋଇଥିବା ବେଳେ ପୁଲିସ କାହାରିକୁ ଗିରଫ କରିବାରେ ସକ୍ଷମ ହୋଇନାହିଁ। ଗଂଜେଇ ଚାଷ ହେଉଥିବା ଅଞ୍ଚଳରେ ନିର୍ବାଚିତ ହୋଇଥିବା ପ୍ରତିନିଧି ଏବଂ ସ୍ଥାନୀୟ ଲୋକଙ୍କୁ ନେଇ ‌ସଚେତନା ସୃଷ୍ଟି କରାଯାଉଥିବା ସୂଚନା ଦେଇଛନ୍ତି। ଏହି ଅଞ୍ଚଳରେ ବ୍ୟାପକ ଭାବରେ ବେଆଇନ ଗଞ୍ଜେଇ ଚାଷ ହୋଇଥିବାରୁ ଆଗାମୀ ଜାନୁଆରି ମାସ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲୁ ରହିବ ବୋଲି ଏସ.ପି  ପ୍ରକାଶ କରିଛନ୍ତି। ଚଢାଉ ସମୟରେ ଗୁଣପୁର ଏସ୍‌ଡିପିଓ ବାବୁଲି ନାୟକ, ପଦ୍ମପୁର ଥାନା ଅଧିକାରୀ ରଞ୍ଜନ କୁମାର ମାଝୀ, ଗୁଡାରୀ ଆଇ.ଆଇ.ସି ସମର୍ପିତା ସ୍ବାଇଁ ଓ ଚନ୍ଦ୍ରପୁର ଆଇ.ଆଇ.ସି ଧରଣୀଧର ପ୍ରଧାନ, କେନ୍ଦୁଗୁଡା ଫାଣ୍ଡି ଅଧିକାରୀ ଜଝକେତନ ସାହୁ ଏବଂ ଅନ୍ୟାନ୍ୟ ଅଧକାରୀ ପ୍ରମୂଖ ଭୁମିକା ଗ୍ରହଣ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଏସ୍‌ପି ଗଜପତି ଜିଲ୍ଲାରେ ଗଂଜେଇ ଚାଷ ଏବଂ ଚାଲାଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚର୍ଚ୍ଚାରେ ରହିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.8 ° C
    23.8 °
    23.8 °
    84 %
    1.5kmh
    7 %
    Tue
    24 °
    Wed
    30 °
    Thu
    31 °
    Fri
    31 °
    Sat
    31 °

    ସମ୍ବନ୍ଧିତ