Friday, August 21, 2026
28.8 C
Odisha

    ଭୂମିକମ୍ପରେ ଥରିଲା ପେରୁ, ଆତଙ୍କିତ ଲୋକେ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ପେରୁର ଦକ୍ଷିଣ ଆଣ୍ଡିଜ୍ ପାହାଡ଼ ଅଞ୍ଚଳରେ ଗତକାଲି ୬.୭ ତୀବ୍ରତାର ଏକ ଭୂମିକମ୍ପ ହୋଇଛି। ଏହି ଭୂମିକମ୍ପରେ ବଡ଼ ଧରଣର ଜୀବନ କିମ୍ବା ସମ୍ପତ୍ତି କ୍ଷତି ହୋଇଥିବା ଖବର ମିଳିନାହିଁ । ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (USGS) ଅନୁସାରେ, ସ୍ଥାନୀୟ ସମୟ ଦିନ ପ୍ରାୟ ୧ଟା ସମୟରେ ଭୂମିକମ୍ପ ହୋଇଥିଲା । ଏହାର କେନ୍ଦ୍ର ଅୟାକୁଚୋ ଅଞ୍ଚଳର ପାରିନାକୋଚାସ୍ ପ୍ରଦେଶର ଉପାହୁଆଚୋ ସହରଠାରୁ ପ୍ରାୟ ୩୮ କିଲୋମିଟର ଉତ୍ତର-ପଶ୍ଚିମରେ ଥିଲା । ଭୂମି ତଳେ ପ୍ରାୟ ୬୬.୭ କିଲୋମିଟର ଗଭୀରତାରେ ଏହାର କେନ୍ଦ୍ର ଥିଲା ।

    ଭୂମିକମ୍ପର ଝଟକା ପେରୁର ଦକ୍ଷିଣ ଅଞ୍ଚଳର ଅନେକ ସ୍ଥାନରେ ଅନୁଭୂତ ହୋଇଥିଲା । ଇକା ଓ ଆରେକିପା ଅଞ୍ଚଳରେ ମଧ୍ୟ ଲୋକମାନେ ଝଟକା ଅନୁଭବ କରିଥିଲେ । ଭୂମିକମ୍ପଟି ଭୂମି ତଳେ ବହୁତ ଗଭୀରରେ ହୋଇଥିବାରୁ ବଡ଼ ଧରଣର କ୍ଷତି ହୋଇନଥିବା କୁହାଯାଉଛି । କିଛି ରିପୋର୍ଟ ଅନୁସାରେ ୨ ଜଣ ଆହତ ହୋଇଛନ୍ତି । କିଛି ଘର ଓ ଅନ୍ୟାନ୍ୟ କୋଠାବାଡ଼ି କ୍ଷତିଗ୍ରସ୍ତ ହୋଇଥିବା ମଧ୍ୟ ଖବର ଆସିଛି । କିଛି ସ୍କୁଲ, ଘର ଓ ହସ୍ପିଟାଲରେ ମଧ୍ୟ କ୍ଷତି ହୋଇଥିବା କୁହାଯାଉଛି ।

    ତେବେ ବଡ଼ ଧରଣର କ୍ଷତି ସମ୍ପର୍କରେ ଏପର୍ଯ୍ୟନ୍ତ ଅଧିକାରୀମାନେ କୌଣସି ସୂଚନା ଦେଇନାହାନ୍ତି । ପେରୁ ସମୁଦ୍ର କୂଳରେ ଥିବା ଦେଶ ହୋଇଥିଲେ ମଧ୍ୟ ଏହି ଭୂମିକମ୍ପ ପରେ ସୁନାମିର କୌଣସି ସତର୍କତା ଜାରି କରାଯାଇନାହିଁ। ପେରୁରେ ପ୍ରାୟତଃ ଭୂମିକମ୍ପ ହୋଇଥାଏ । ଏହି ଭୂମିକମ୍ପ ମଧ୍ୟ ପ୍ରଶାନ୍ତ ମହାସାଗର ଚାରିପାଖରେ ଥିବା ‘ରିଙ୍ଗ ଅଫ୍ ଫାୟାର’ ଅଞ୍ଚଳର ସାଧାରଣ ଭୂମିକମ୍ପୀୟ କାର୍ଯ୍ୟକଳାପର ଏକ ଅଂଶ । ୨୦୦୭ ମସିହାରେ ପେରୁର ଇକା ଅଞ୍ଚଳରେ ୭.୯ ତୀବ୍ରତାର ଏକ ବଡ଼ ଭୂମିକମ୍ପ ହୋଇଥିଲା । ସେଥିରେ ପ୍ରାୟ ୬୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.8 ° C
    28.8 °
    28.8 °
    72 %
    3kmh
    94 %
    Fri
    30 °
    Sat
    26 °
    Sun
    26 °
    Mon
    26 °
    Tue
    31 °

    ସମ୍ବନ୍ଧିତ