Friday, August 21, 2026
28.8 C
Odisha

    କମିଲା ବର୍ଷା, ବନ୍ଦ ହେଲା ହୀରାକୁଦର ୨ ଗେଟ୍

    ଆଗକୁ ପଢନ୍ତୁ

    ସମ୍ବଲପୁର  : ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନକୁ ନେଇ ଆସିଛି ନୂଆ ଅପଡେଟ୍ । ଉପରମୁଣ୍ଡରେ ବର୍ଷାର ପରିମାଣ କମିବା ପରେ ବନ୍ଦ ହେଲା ହୀରାକୁଦର ୨ଟି ଗେଟ୍ । ବର୍ତ୍ତମାନ ଜଳଭଣ୍ଡାରର ୧୫ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ ।

    ପୂର୍ବରୁ ୧୭ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଥିଲା l ବର୍ତ୍ତମାନ କିନ୍ତୁ ୧୫ ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି l ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୨୧.୫୨ ଫୁଟ ରହିଛି l ଜଲଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୫୭ ହଜ଼ାର ୯୩୬ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୨ ଲକ୍ଷ ୬୮ ହଜ଼ାର ୯୮୩ କ୍ୟୁସେକ ଜଳ l ଉପରମୁଣ୍ଡରେ ବର୍ଷାର ପରିମାଣ କମିଥିବାରୁ ଜଳଭଣ୍ଡାରକୁ ପ୍ରବେଶ କରୁଥିବା ଜଳର ପରିମାଣରେ ମଧ୍ୟ ପରିବର୍ତ୍ତନ ଆସିଛି । ଏହାକୁ ଦୃଷ୍ଟିରେ ରଖି ଜଳସମ୍ପଦ ବିଭାଗ ପକ୍ଷରୁ ଦୁଇଟି ଗେଟ୍ ବନ୍ଦ କରାଯାଇଛି ।

    ଅନ୍ୟପଟେ ଜଳଭଣ୍ଡାରର ଜଳସ୍ତର, ଉପରମୁଣ୍ଡରେ ବର୍ଷା ଏବଂ ଜଳ ପ୍ରବେଶ ଓ ନିଷ୍କାସନର ପରିମାଣ ଉପରେ ନଜର ରଖାଯାଉଛି । ଆଗାମୀ ସମୟରେ ପରିସ୍ଥିତି ଅନୁସାରେ ଆହୁରି ଗେଟ୍ ଖୋଲିବା କିମ୍ବା ବନ୍ଦ କରିବା ନେଇ ନିଷ୍ପତ୍ତି ନିଆଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.8 ° C
    28.8 °
    28.8 °
    72 %
    3kmh
    94 %
    Fri
    30 °
    Sat
    26 °
    Sun
    26 °
    Mon
    26 °
    Tue
    31 °

    ସମ୍ବନ୍ଧିତ