Sunday, April 5, 2026
24.6 C
Odisha

    ଭେଣ୍ଟିଲେଟରରୁ ବାହାରି ମେଡିସିନ୍ ୱାର୍ଡକୁ ସ୍ଥାନାନ୍ତରିତ ହେଲେ ଅଭିଜିତ ମଜୁମଦାର

    ଆଗକୁ ପଢନ୍ତୁ

    ଭୁବନେଶ୍ବର   :  ସଂଗୀତ ନିର୍ଦ୍ଦେଶକ ତଥା ଗାୟକ ଅଭିଜିତ ମଜୁମଦାରଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଧିରେ ଧିରେ ସୁସ୍ଥ ହେଉଛନ୍ତି ମେଲୋଡି଼ କିଙ୍ଗ୍ ଅଭିଜିତ୍ ମଜୁମଦାର ।ଆଜି ତାଙ୍କୁ ଭେଣ୍ଟିଲେଟରରୁ ବାହାର କରି ମେଡିସିନ୍ ୱାର୍ଡକୁ ସ୍ଥାନାନ୍ତରିତ କରାଯାଇଛି। ଏନେଇ ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

    ଏମ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ତାଙ୍କର Vitals ସ୍ଥିର ରହିଛି। ତାଙ୍କୁ ବର୍ତ୍ତମାନ ଭେଣ୍ଟିଲେଟର୍ ସପୋର୍ଟରୁ ବାହାର କରାଯାଇ ମେଡିସିନ୍ ୱାର୍ଡକୁ ସ୍ଥାନାନ୍ତରିତ କରାଯାଇଛି।

    ସୂଚନାଯୋଗ୍ୟ, ଗତ ଅଗଷ୍ଟ ୩୧ ତାରିଖରେ କଟକ ସିଡିଏ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଅଭିଜିତ । ଅନେକ ଦିନରୁ ଲିଭର ଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହୋଇ ଆସୁଥିଲେ । ସେବେଠାରୁ ସେ କୋମ‌ାରେ ଅଛନ୍ତି। ତେବେ ଗତ ସେପ୍ଟେମ୍ବର ୪ ତାରିଖରେ ତାଙ୍କ ସ୍ଵାସ୍ଥ୍ୟବସ୍ଥା ଆହୁରି ବିଗିଡିବାରୁ ତାଙ୍କୁ ଭୁବନେଶ୍ବର ଏମ୍ସକୁ ଅଣାଯାଇଥିଲା। ସେଠାରେ ଅନେକ ଦିନ ଧରି ସେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଭେଣ୍ଟିଲେଟର ସପୋର୍ଟରେ ଥିବା ଅଭିଜିତ୍ ଦାଦାଙ୍କୁ ଆଜି ମେଡି଼ସିନ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ତାଙ୍କର ନିରନ୍ତର ଚିକିତ୍ସା ଚାଲିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    59 %
    1.3kmh
    100 %
    Sun
    36 °
    Mon
    38 °
    Tue
    38 °
    Wed
    39 °
    Thu
    39 °

    ସମ୍ବନ୍ଧିତ