Sunday, April 12, 2026
25.2 C
Odisha

    ଭୋଟର ତାଲିକାରୁ ବାଦ ପଡିପାରନ୍ତି ୨କୋଟି

    ଆଗକୁ ପଢନ୍ତୁ

    ପାଟଣା : ବିହାରରେ ଭୋଟର ତାଲିକାକୁ ନେଇ ରାଜନୀତି ସରଗରମ ରହିଛି । ଗୋଟିଏ ପଟେ ବିରୋଧୀ ଦଳ ଏହି ପ୍ରଥାକୁ ଲଗାତାର ବିରୋଧ କରୁଛନ୍ତି । କାରଣ ଏହି ପ୍ରକ୍ରିୟା ମାଧ୍ୟମରେ ଅବହେଳିତ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ଭୋଟରମାନଙ୍କୁ ତାଲିକାରୁ ବାଦ ଦିଆଯାଉଛି । ଅନ୍ୟପଟେ ଶାସକ ଦଳ ଏବଂ ନିର୍ବାଚନ କମିଶନ କହୁଛନ୍ତି ଯେ ଏହା ଦ୍ୱାରା ଜଣାପଡିବ ଯେ କୌଣସି ଭୋଟରଙ୍କୁ ବାଦ ଦିଆଯାଉନାହିଁ ତ । ଏହାକୁ ନେଇ ରାଜନୀତି ଜୋର ଧରିଛି । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ଜାନୁଆରୀ ୧.୨୦୦୩ ପରେ ପଞ୍ଜୀକୃତ ଭୋଟରମାନଙ୍କୁ ଗଣନା ଫର୍ମ ପୂରଣ କରିବାକୁ ପଡିବ । ଏହାପରେ ଏକ ଡ୍ରାଫ୍ଟ ତାଲିକା ପ୍ରକାଶିତ ହେବ । ୨ ଅଗଷ୍ଟ ୨୦୨୫ରେ ଡ୍ରାଫ୍ଟ ତାଲିକା ପ୍ରକାଶନ ପରେ ହିଁ ଭୋଟର ଏବଂ ବିଭିନ୍ନ ଦଳ ଏଥିରେ ଆପତ୍ତି ଦାଖଲ କରିପାରିବେ । ଅନ୍ୟପକ୍ଷରେ ଏହାକୁ ବିରୋଧ କରୁଥିବା ଦଳଗୁଡିକ ଯୁକ୍ତି ବାଢିଥିଲେ ଯେ ନିର୍ବାଚନ କମିଶନ ଦ୍ୱାରା ଦାବି କରାଯାଉଥିବା କାଗଜପତ୍ରଗୁଡିକୁ ଏତେ କମ୍‍ ସମୟ ମଧ୍ୟରେ ପୂରଣ କରିବା ସମ୍ଭବ ନୁହେଁ । ଏପରି ପରିସ୍ଥିତିରେ ଏଥର ପ୍ରାୟ ୨କୋଟି ଭୋଟର ତାଲିକାରୁ ବାଦ ପଡିପାରନ୍ତି । ବିରୋଧୀ ଦଳ ପକ୍ଷରୁ ଏହି ଆଶଙ୍କା ପ୍ରକାଶ କରାଯାଉଛି । ଏ ସମ୍ପର୍କରେ ନିର୍ବାଚନ କମିଶନ ଦ୍ୱାରା ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ । ଯାଞ୍ଚ ପାଇଁ ପାସପୋର୍ଟ, ୧୯୮୭ପୂର୍ବରୁ ବ୍ୟାଙ୍କ, ପୋଷ୍ଟ ଅଫିସ୍‍ କିମ୍ବା ଏଲଆଇସି ଦ୍ୱାରା ଜାରି ହୋଇଥିବା ପ୍ରମାଣପତ୍ର, ସ୍ଥାୟୀ ବାସସ୍ଥାନ ପ୍ରମାଣପତ୍ର, ଜାତି ପ୍ରମାଣପତ୍ର, ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡ କିମ୍ବା ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ, ଘର ଆବଣ୍ଟନ ପତ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ପଞ୍ଜିକା କାଗଜପତ୍ର ଦେବାକୁ କୁହାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.2 ° C
    25.2 °
    25.2 °
    17 %
    1.7kmh
    0 %
    Sat
    25 °
    Sun
    40 °
    Mon
    41 °
    Tue
    42 °
    Wed
    44 °

    ସମ୍ବନ୍ଧିତ