Saturday, October 10, 2026
27.9 C
Odisha

    ଭୋଟର ତାଲିକା ସଂଶୋଧନ ନେଇ CEOଙ୍କ ବଡ଼ ସୂଚନା, ୯.୮୦ ଲକ୍ଷ ନାମ ବାଦ୍

    ଆଗକୁ ପଢନ୍ତୁ

    ଭୋଟର ତାଲିକା ସଂଶୋଧନ ନେଇ CEOଙ୍କ ବଡ଼ ସୂଚନା । ୯ ଲକ୍ଷ ୮୦ ହଜାର ନାମ ବାଦ୍ । ଓଡ଼ିଶାରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ନେଇ ଚାଲିଥିବା ଚର୍ଚ୍ଚା ଭିତରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ଆର.ଏସ. ଗୋପାଳନ । ଚଳିତ ବର୍ଷ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ହୋଇଥିବା ପ୍ରାକ୍-ସଂଶୋଧନ ଯାଞ୍ଚରେ ପ୍ରାୟ ୯ ଲକ୍ଷ ୮୦ ହଜାର ଭୋଟରଙ୍କ ନାମ ତାଲିକାରୁ ବାଦ୍ ଦେବା ପାଇଁ ଚିହ୍ନଟ କରାଯାଇଛି ।

    ମୃତ୍ୟୁ, ସ୍ଥାନ ପରିବର୍ତ୍ତନ ଏବଂ ଦୋହରା ନାମ ଯୋଗୁଁ ଏହି ପଦକ୍ଷେପ ନିଆଯାଇଥିବା ସ୍ପଷ୍ଟ କରିଛନ୍ତି । କହିଛନ୍ତି ଓଡ଼ିଶାରେ ପ୍ରତିବର୍ଷ ସାଧାରଣତଃ ୭ ରୁ ୯ ଲକ୍ଷ ନାମ ବିଭିନ୍ନ କାରଣରୁ ବାଦ୍ ପଡ଼ିଥାଏ । କିନ୍ତୁ ଏଥର ଘରକୁ ଘର ବୁଲି ଯାଞ୍ଚ କରାଯାଇଥିବାରୁ ଏହି ସଂଖ୍ୟା ସାମାନ୍ୟ ଅଧିକ ରହିଛି ।

    ଆସନ୍ତା ମେ’ ୩୦ରୁ ଜୁନ୍ ୨୮ ପର୍ଯ୍ୟନ୍ତ ରାଜ୍ୟର ୩୮ ହଜାର ୧୨୩ ଜଣ ବୁଥ୍ ସ୍ତରୀୟ ଅଧିକାରୀ (BLO) ଘରକୁ ଘର ବୁଲି ଭୋଟରଙ୍କ ତଥ୍ୟ ଯାଞ୍ଚ କରିବେ। ଏହି ସମୟରେ ସେମାନେ ମୃତ ଭୋଟରଙ୍କ ନାମ କାଟିବା ସହ ଯେଉଁମାନେ ସ୍ଥାୟୀ ଭାବେ ସ୍ଥାନ ପରିବର୍ତ୍ତନ କରିଛନ୍ତି ସେମାନଙ୍କ ତଥ୍ୟ ସଂଗ୍ରହ କରିବେ।

    କିଛି ରାଜନୈତିକ ଦଳ ଓ ଜନସାଧାରଣଙ୍କ ପକ୍ଷରୁ ‘ଭୁଲ୍ ନାମ ବାଦ୍’ ନେଇ ଅଭିଯୋଗ ହୋଇଥିଲା। ଏହାର ସମାଧାନ ପାଇଁ ସିଇଓ ନିର୍ଦ୍ଦେଶ ଦେଇଛନ୍ତି । କଟାଯାଇଥିବା ନାମଗୁଡ଼ିକର ଅତିକମରେ ୫୦% ଉପରିସ୍ଥ ଅଧିକାରୀଙ୍କ ଦ୍ୱାରା ପୁନର୍ବାର ଯାଞ୍ଚ କରାଯିବ। ଯଦି କୌଣସି ଜଣେ ବି ଯୋଗ୍ୟ ଭୋଟରଙ୍କ ନାମ ଭୁଲରେ କଟିଥାଏ ତେବେ ତାକୁ ତୁରନ୍ତ ପୁନଃସ୍ଥାପିତ କରାଯିବ।

    ଭୋଟରଙ୍କ ଭିଡ଼ କମାଇବା ପାଇଁ ପୋଲିଂ ଷ୍ଟେସନଗୁଡ଼ିକର ପୁନର୍ବିନ୍ୟାସ କରାଯିବ। ପ୍ରତି ବୁଥରେ ପ୍ରାୟ ୧୨୦୦ ଭୋଟର ରହିବା ଭଳି ବ୍ୟବସ୍ଥା ହେଉଥିବାରୁ ରାଜ୍ୟରେ ବୁଥ୍ ସଂଖ୍ୟା ପ୍ରାୟ ୩୭ ହଜାର ୬୦୬ ରୁ ୪୫ ହଜାର ୨୫୫ କୁ ବୃଦ୍ଧି ପାଇପାରେ। ଚଳିତ ଥର ବିଶେଷ ଫୋକସ୍ କଲେଜ ପଢୁଆ ଯୁବକଯୁବତୀ। ଯେଉଁମାନଙ୍କୁ ୧୮ ବର୍ଷ ହୋଇଛି ସେମାନଙ୍କୁ ନୂଆ ଭୋଟର ଭାବେ ପଞ୍ଜିକରଣ କରିବା ପାଇଁ ସ୍ୱତନ୍ତ୍ର କ୍ୟାମ୍ପ କରାଯିବ।

    ଏହା ସହିତ ଆଦିବାସୀ ଅଞ୍ଚଳ ଏବଂ ସହରାଞ୍ଚଳର ବସ୍ତି ବାସିନ୍ଦାଙ୍କ ଉପରେ ବିଶେଷ ନଜର ଦିଆଯିବ। ଭୋଟର ତାଲିକାରେ ଡୁପ୍ଲିକେଟ ନାମ ରୋକିବା ପାଇଁ ସ୍ୱେଚ୍ଛାକୃତ ଭାବେ ଭୋଟର କାର୍ଡ (EPIC) ସହ ଆଧାର ସଂଯୋଗ ପ୍ରକ୍ରିୟା ଜାରି ରହିବ। ଏନେଇ ଜୁଲାଇ ୫ରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ । ଜୁଲାଇ ୫ ରୁ ଅଗଷ୍ଟ ୪ ପର୍ଯ୍ୟନ୍ତ ଆପତ୍ତି ଓ ଅଭିଯୋଗ ଦାଖଲ। ସେପ୍ଟେମ୍ବର ୬ରେ ନୂଆ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    72 %
    1.6kmh
    0 %
    Sat
    25 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ