Friday, October 2, 2026
22.9 C
Odisha

    ଭୋଟ ଗଣତିରେ ନୂଆ ନିୟମ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଭାରତର ନିର୍ବାଚନ କମିସନ (ଇସିଆଇ) ବିହାର ବିଧାନସଭା ନିର୍ବାଚନ ୨୦୨୫ ପାଇଁ ଭୋଟ ଗଣତି ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛନ୍ତି। ନୂଆ ନିୟମ ଅନୁଯାୟୀ, ଯେଉଁ କେନ୍ଦ୍ରରେ ପୋଷ୍ଟାଲ୍‌ ବାଲଟ୍‌ (ଡାକ ମତପତ୍ର) ଗଣତି ଚାଲିଥିବ, ସେଠାରେ ଇଲେକ୍ଟ୍ରୋନିକ ଭୋଟିଂ ମେସିନ୍‌ (ଇଭିଏମ୍‌) ଏବଂ ଭିଭିପିଏଟିର ଶେଷ ରାଉଣ୍ଡ ଗଣତି ତା’ ପୂର୍ବରୁ ଆରମ୍ଭ ହେବ ନାହିଁ। ସମସ୍ତ ପୋଷ୍ଟାଲ୍‌ ବାଲଟ୍‌ ଗଣତି ସରିବା ପରେ ହିଁ ଇଭିଏମ୍‌ ଗଣତି ପ୍ରକ୍ରିୟା ଶେଷ କରାଯିବ। ଏହି ପରିବର୍ତ୍ତନ ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ପାଇଁ କରାଯାଇଛି ବୋଲି କମିସନ କହିଛନ୍ତି। ପୂର୍ବରୁ ଭୋଟ ଗଣତି ଦିନ ସକାଳ ୮ଟାରେ ପୋଷ୍ଟାଲ୍‌ ବାଲଟ୍‌ ଗଣତି ଆରମ୍ଭ ହେଉଥିଲା ଏବଂ ୮ଟା ୩୦ରେ ଇଭିଏମ୍‌ ଗଣତି ଚାଲୁ ହେଉଥିଲା। କିନ୍ତୁ ପୋଷ୍ଟାଲ୍‌ ବାଲଟ୍‌ ଗଣତି ସମ୍ପୂର୍ଣ୍ଣ ହେବା ପୂର୍ବରୁ ଇଭିଏମ୍‌ ଗଣତି ଆଗେଇ ଯାଉଥିବାରୁ ଫଳାଫଳ ଶୀଘ୍ର ଘୋଷଣା ହେଉଥିଲା। ଏବେ ନୂଆ ନିୟମରେ, ଯଦି ପୋଷ୍ଟାଲ୍‌ ବାଲଟ୍‌ ଗଣତିରେ ବିଳମ୍ବ ହୁଏ, ତେବେ ଇଭିଏମ୍‌ ଗଣତିକୁ ଅଟକାଇ ରଖାଯିବ। ଏହାର ମୁଖ୍ୟ କାରଣ ହେଉଛି ପୋଷ୍ଟାଲ୍‌ ବାଲଟ୍‌ର ସଂଖ୍ୟା ବୃଦ୍ଧି। ୮୫ ବର୍ଷରୁ ଅଧିକ ବୟସ୍କ ଏବଂ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ହୋମ ଭୋଟିଂ ସୁବିଧା ଯୋଗୁଁ ଏହାର ସଂଖ୍ୟା ବଢ଼ିଛି। ଏହି ନୂଆ ନିୟମ ପ୍ରଥମେ ବିହାର ବିଧାନସଭା ନିର୍ବାଚନ ୨୦୨୫ରେ ଲାଗୁ ହେବ, ଯେଉଁଠାରେ ମୋଟ ୨୪୩ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏହା ନିର୍ବାଚନ କମିସନଙ୍କର ଗତ ୬ ମାସରେ କରାଯାଇଥିବା ୩୦ତମ ସୁଧାର ଅଟେ। ପୂର୍ବରୁ ଅନ୍ୟ ଏକ ସୁଧାର ପ୍ରକ୍ରିୟାରେ ନିର୍ବାଚନ କମିସନ ଇଭିଏମ୍‌ ବାଲଟ୍‌ ପେପରରେ ରଙ୍ଗିନ ଫଟୋ ଏବଂ ବଡ଼ ସିରିଏଲ୍‌ ନମ୍ବର ରଖାଯିବାକୁ ନିଷ୍ପତ୍ତି ନେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ