Friday, October 2, 2026
23.8 C
Odisha

    ଓସିଏସ୍‌ ପରୀକ୍ଷା-୨୦୨୩: ପ୍ରିୟାଂଶୁ ପାଲ ଟପ୍ପର

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ବହୁ ପ୍ରତୀକ୍ଷିତ ଓଡ଼ିଶା ସିଭିଲ ସର୍ଭିସ-୨୦୨୩ ପରୀକ୍ଷାର ଫଳ ପ୍ରକାଶ ପାଇଛି। ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ପରିଚାଳିତ ଏହି ପରୀକ୍ଷାରେ ୩୯୮ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏହି ପରୀକ୍ଷାରେ ପ୍ରିୟାଂଶୁ ପାଲ ଶୀର୍ଷ ସ୍ଥାନ ଦଖଲ କରିଥିବା ବେଳେ ପ୍ରଥମ ୧୦ ଜଣଙ୍କ ମଧ୍ୟରେ ଜଣେ ମହିଳା ପରୀକ୍ଷାର୍ଥୀ ଅଛନ୍ତି। ଶ୍ରେଷ୍ଠ ୧୦ ଜଣ ପରୀକ୍ଷାର୍ଥୀଙ୍କ ନାମ ହେଲା – ପ୍ରିୟାଂଶୁ ପାଲ,ଅନନ୍ୟା ମିଶ୍ର,ଶୋଭନ ପଟ୍ଟନାୟକ,ମିର୍ଜା ଫାଇଜ ଅହମଦ କ୍ୟୁରେସି,ଚିନ୍ମୟ ସାହୁ,ଅନ୍ତିମ ସ୍ବାଇଁ,ଶୈଳେଶ କୁମାର ଭୋଇ,ମହମ୍ମଦ ନାଜିଫ ହାତିଫ,ଚିନ୍ମୟ କୁମାର ପାଢ଼ୀ,ମିଲନ ମହାପାତ୍ର।

    ସୂଚନାଯୋଗ୍ୟ, ଓପିଏସ୍‌ସି ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (ଓସିଏସ୍‌) ପରୀକ୍ଷା ୨୦୨୩ର ମୁଖ୍ୟ ପରୀକ୍ଷା ୨୦୨୫ ଏପ୍ରିଲ ୧୯, ୨୦, ୨୨, ୨୪, ୨୭ ଓ ମେ’ ମାସ ୧୫ ତାରିଖରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପରୀକ୍ଷାର୍ଥୀମାନେ ୨୦୨୫ ସେପ୍ଟେମ୍ବର ୬ ଓ ୧୮ ତାରିଖରେ ପରସନାଲିଟି ଟେଷ୍ଟ ଦେଇଥିଲେ। ଏହି ପରୀକ୍ଷା ପରେ ଓପିଏସ୍‌ସି ୩୯୮ ଜଣ ପ୍ରାର୍ଥୀଙ୍କୁ ଚୟନ କରିଛି। ଏଥିରେ ୧୪୪ ଜଣ ମହିଳା ପ୍ରାର୍ଥୀ ଅଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.8 ° C
    23.8 °
    23.8 °
    79 %
    1.6kmh
    13 %
    Thu
    24 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ