Thursday, November 12, 2026
25.8 C
Odisha

    ଭୋରୁ ଭୂକମ୍ପରେ ଦୋହଲିଲା ନେପାଳ, ତୀବ୍ରତା ୪.୯

    ଆଗକୁ ପଢନ୍ତୁ

    ନେପାଳ : ଲଗାତାର ଭାବେ ସାରା ବିଶ୍ବରେ ଭୂକମ୍ପ ଘଟଣା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଆଜି ପୁଣି ନେପାଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂମିକମ୍ପର ତୀବ୍ରତା ୪.୯ ଥିବା ସୂଚନା ମିଳିଛି । ଯାହା ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି । NCS  ସୂଚନାନୁଯାୟୀ, ଗୁରୁବାର ଅର୍ଥାତ୍ ଆଜି ଭୋର ସମୟରେ ପଡୋଶୀ ଦେଶ ନେପାଳ ଭୂକମ୍ପରେ ଥରି ଉଠିଥିଲା । ଭୂକମ୍ପ ପ୍ରାୟ ଭୋର ୪ଟା ୩୦ ମିନିଟରେ ଅନୁଭୂତ ହୋଇଥିବା ଜଣାପଡିଛି । ଯାହାର ତୀବ୍ରତା ୪.୯ ଥିବା ରିକ୍ଟର ସ୍କେଲରେ ମପାଯାଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ୭୩ କିଲୋମିଟର ଗଭୀରତାରେ ଅନୁଭୂତ ହୋଇଥିଲା । ଯାହା ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିଥିଲା ।

    ସୂଚନାଯୋଗ୍ୟ, ସେପ୍ଟେମ୍ବରରେ, ଉତ୍ତର-ପଶ୍ଚିମ ନେପାଳରେ ଲଗାତାର ଦୁଇଟି ଭୂମିକମ୍ପ ହୋଇଥିଲା । ପ୍ରଥମ ଭୂମିକମ୍ପର ତୀବ୍ରତା ୪.୫ ଏବଂ ଦ୍ୱିତୀୟ ଭୂମିକମ୍ପର ତୀବ୍ରତା ୪.୨ ଥିଲା । ଏହାର କେନ୍ଦ୍ରସ୍ଥଳ ମୁଗୁ ଜିଲ୍ଲାର କଲାଇ ଅଞ୍ଚଳ ନିକଟରେ ଥିଲା । ପଡ଼ୋଶୀ ଜିଲ୍ଲା ଡୋଲପା ଏବଂ ଜୁମଲାରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା । ଭୂମିକମ୍ପ ଯୋଗୁଁ ନେପାଳରେ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.8 ° C
    25.8 °
    25.8 °
    66 %
    1.4kmh
    0 %
    Thu
    26 °
    Fri
    27 °
    Sat
    27 °
    Sun
    26 °
    Mon
    26 °

    ସମ୍ବନ୍ଧିତ