Friday, April 3, 2026
27 C
Odisha

    ମକର ସଂକ୍ରାନ୍ତିରେ କାହିଁକି ଖେଚୁଡ଼ି ପ୍ରସ୍ତୁତ କରାଯାଏ, କଣ ରହିଛି ଏହାର ମହତ୍ୱ

    ଆଗକୁ ପଢନ୍ତୁ

    ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମକର ସଂକ୍ରାନ୍ତି ହିନ୍ଦୁ ଧର୍ମର ଗୋଟିଏ ମୁଖ୍ୟ ପର୍ବ, ଚଳିତବର୍ଷ ୧୪ ଜାନୁଆରୀରେ ମକରସଂକ୍ରାନ୍ତି ପର୍ବ ପାଳନ ହେବାକୁ ଯାଉଛି, ଏହିଦିନ ସୂର୍ଯ୍ୟ ଦେବ ଧନୁ ରାଶିରୁ ବାହାରି ମକର ରାଶିରେ ପ୍ରବେଶ କରିବେ, ତେଣୁ ଏହାକୁ ସୂର୍ଯ୍ୟଙ୍କର ସଂକ୍ରମଣ କାଳ କୁହାଯାଇଥାଏ। ଦେଶର ବିଭିନ୍ନ ଭାଗରେ ଏହିଦିନ ଖେଚୁଡ଼ି ଭୋଗ ପ୍ରସ୍ତୁତ କରାଯାଇଥାଏ। ପୌରାଣିକ କଥା ଅନୁସାରେ ମହାଭାରତ ସମୟରୁ ଭୀଷ୍ମ ପିତାମହ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଦ୍ୱାରା ଶରୀର ତ୍ୟାଗ କରିଥିଲେ ଏବଂ ଏହିଦିନ ତାଙ୍କର ଶ୍ରାଦ୍ଧ ଓ ତର୍ପଣ କର୍ମ କରାଯାଇଥାଏ। ମକର ସଂକ୍ରାନ୍ତି ଦିନ ଖେଚୁଡ଼ି ଖାଇ ଦାନ କରିବା ଦ୍ୱାରା ବିଶେଷ ମହତ୍ୱ ରହିଥାଏ।

    ମକରସଂକ୍ରାନ୍ତିରେ ଖେଚୁଡ଼ିର ମହତ୍ୱ –
    ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଓ ଧାର୍ମିକ ମାନ୍ୟତା ଅନୁସାରେ ମକର ସଂକ୍ରାନ୍ତିରେ ମୁଗ, ଚାଉଳ , ହଳଦୀ ଓ ଲୁଣରେ ଖେଚୁଡ଼ି ପ୍ରସ୍ତୁତ କରାଯାଇ ଭଗବାନଙ୍କ ନିକଟରେ ପ୍ରସାଦ ଭାବରେ ଅର୍ପଣ କରାଯାଇ ଥାଏ, ଖେଚୁଡ଼ି ଭୋଗ ଲଗାଇବା ଦ୍ୱାରା ଏହା ଚନ୍ଦ୍ରମା ଓ ଶୁକ୍ରଙ୍କ ଶାନ୍ତିର ପ୍ରତୀକ ଅଟେ, କଳା ମୁଗ ଡାଲି ଶନି, ରାହୁ ଓ କେତୁଙ୍କ ମହତ୍ୱ, ହଳଦୀ ବୃହସ୍ପତି ଏବଂ ଲୁଣ ବୁଧଙ୍କ ସହିତ ସମ୍ବନ୍ଧ ରହିଥାଏ। ଖେଚୁଡ଼ି ଯେଉଁ ଚୁଲିରେ ପ୍ରସ୍ତୁତ ହୋଇଥାଏ, ତାହା ମଙ୍ଗଳର ପ୍ରତୀକ, ଏପରି ଭାବରେ ସମସ୍ତ ଗ୍ରହର ସମ୍ବନ୍ଧ ରହିଥାଏ ମକର ସଂକ୍ରାନ୍ତିର ଖେଚୁଡ଼ି ସହିତ।

    ମକର ସଂକ୍ରାନ୍ତିରେ ଶୁଭ ମୁହୂର୍ତ୍ତ –
    ଉଦୟ ତିଥି ଅନୁସାରେ ମକର ସଂକ୍ରାନ୍ତି ଚଳିତ ବର୍ଷ ଜାନୁଆରୀ ୧୪ ତାରିଖରେ ପାଳିତ ହେବ ଏବଂ ଏହି ଦିନ ସୂର୍ଯ୍ୟ ସକାଳ ୮ଟା ୪୧ ମିନିଟରେ ମକର ରାଶିରେ ପ୍ରବେଶ କରିବେ, ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ମକର ସଂକ୍ରାନ୍ତି ପୁଣ୍ୟ କାଳର ସମୟ ସକାଳ ୯ଟା ୩ମିନିଟରୁ ନେଇ ସନ୍ଧ୍ୟା ୫ଟା ୪୬ ମିନିଟ ପର୍ଯ୍ୟନ୍ତ ରହିବ ଏବଂ ଏହି ସମୟରେ ଦାନର ବିଶେଷ ମହତ୍ୱ ରହିଛି। ଏହିଦିନ ଯାହାବି ଆପଣ ଦାନ ଧର୍ମ କରୁଛନ୍ତି ତେବେ ଏହି ସମୟରେ କରନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27 ° C
    27 °
    27 °
    42 %
    1.2kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ