Monday, September 28, 2026
23.6 C
Odisha

    ମଖାନା ଖିରିରେ ପ୍ରଚୁର ପରିମାଣରେ ଥାଏ ଫାଇବର, ପାଇବେ ଅନେକ ସ୍ବାସ୍ଥ୍ୟ ଲାଭ

    ଆଗକୁ ପଢନ୍ତୁ

    ଆପଣ କ’ଣ ମିଠା ସହିତ ଖିରି ଖାଇବାକୁ ପସନ୍ଦ କରନ୍ତି କି ?। ଖିରୀର ନାମ ଶୁଣିବା ମାତ୍ରେ ଆପଣଙ୍କ ପାଟିରେ ଏକ ମିଠା ସ୍ୱାଦ ଆସିଯାଏ । ଯାହା ବିଶେଷ କରି ପର୍ବପର୍ବାଣୀ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ ହୋଇଥାଏ । ଯଦି ଆପଣଙ୍କୁ ଭାତ ଖିରି ଖାଇବା ଇଚ୍ଛା ଅଛି, ତେବେ ସେହି ଖିରି ବଦଳରେ ମଖାନା ଖିରି ଖାଇବା ଉଚିତ । ଯାହା ଚିନି ଏବଂ ଚାଉଳ ଖିରି ଅପେକ୍ଷା ମଖାନା ଖିରି ଆପଣଙ୍କ ପାଇଁ ଏକ ଉତ୍ତମ ବିକଳ୍ପ ହୋଇଥାଏ । ଏଥିରେ ଅନେକ ପୋଷକ ତତ୍ତ୍ବ ଭରପୁର ହୋଇ ରହିଛି । ଯାହା ଖାଇବା ଦ୍ବାରା ଆପଣଙ୍କୁ ବହୁତ ଲାଭ ମିଳିଥାଏ । ତେବେ ଏହାର ରାମବାଣ ଗୁଣ ସମ୍ପର୍କରେ ଜାଣିବା ।

    ମଖାନା ଖିରିରେ ପ୍ରଚୁର ପରିମାଣରେ ଫାଇବର ମିଳିଥାଏ। ଯାହା ଖାଇବା ଦ୍ବାରା ଅନ୍ତନଳୀ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଇଥାଏ । ଯଦି ଆପଣ ମଧ୍ୟ ହଜମ ପ୍ରକ୍ରିୟାକୁ ଉନ୍ନତ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଖାଇବା ଲିଷ୍ଟରେ ମଖାନା ଖିରି ଆଡ୍ କରିପାରିବେ । ଯାହା ହଜମ ପ୍ରକ୍ରିୟାକୁ ଉନ୍ନତ କରିଥାଏ ଏବଂ କୋଷ୍ଠକାଠିନ୍ୟ ଦୂର କରିଥାଏ । ଏହା ବ୍ୟତୀତ ଏଥିରେ ଥିବା ଗୁରୁତ୍ବପୂର୍ଣ୍ଣ ଉପାଦାନଗୁଡିକ ଶରୀରକୁ ଶକ୍ତି ଯୋଗାଇବାରେ ସାହାଯ୍ୟ କରିଥାଏ । ଯାହା ଶରୀର ପାଇଁ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି ।

    ମଖାନାରେ କ୍ୟାଲୋରିର ପରିମାଣ କମ୍ ଥାଏ । ଯାହା ଓଜନ ହ୍ରାସ କରିବାରେ ବଡ଼ ଭୂମିକା ନିର୍ବାହ କରିଥାଏ । ତେଣୁ ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହାଁନ୍ତି, ତେବେ ଆପଣ ଭାତ ଖିରି ବଦଳରେ ମଖାନା ଖିରି ଖାଇପାରିବେ । ଏହା ବ୍ୟତୀତ, ମଖାନାରେ ଥିବା ପୋଟାସିୟମ ଏବଂ ମ୍ୟାଗ୍ନେସିୟମ ରକ୍ତଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ମଖାନା ଖିରି ଜୀବନଘାତକ ଭଳି ହୃଦରୋଗର ଆଶଙ୍କାକୁ ହ୍ରାସ କରିଥାଏ । ଏହା କୋଲେଷ୍ଟ୍ରଲ୍ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

    ଚିନି ବଦଳରେ ଖଜୁର ବ୍ୟବହାର କରାଯାଇଥାଏ । ଯାହା ପ୍ରାକୃତିକ ମିଠା ଦେଇଥାଏ ଏବଂ ରକ୍ତ ଶର୍କରାକୁ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରିଥାଏ । ମଖାନା ଖିରୀ ଏକ ଶକ୍ତି ପ୍ରଦାନକାରୀ ଖାଦ୍ୟ । ଯାହା ଆପଣଙ୍କୁ ସାରା ଦିନ ଆକ୍ଟିଭ୍ ରଖିଥାଏ । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଏବଂ ଫ୍ଲାଭୋନଏଡ୍ସ ତ୍ୱଚାକୁ ଉଜ୍ଜ୍ୱଳ କରିଥାଏ ଏବଂ ବାର୍ଦ୍ଧକ୍ୟ ବିରୋଧୀ ଗୁଣ ପ୍ରଦାନ କରିଥାଏ ।

    ଏହା ବ୍ୟତୀତ ହାଡ଼କୁ ମଜବୁତ କରିବା ପାଇଁ କ୍ୟାଲସିୟମ ଏବଂ ଫସଫରସ ଯୁକ୍ତ ମାଖାନା ଖିର ମଧ୍ୟ ଖାଇହେବ। ସାମଗ୍ରିକ ଭାବରେ, ଏହି ପୁଷ୍ଟିକର ଯୁକ୍ତ ମାଖାନା ଖିର ଆପଣଙ୍କ ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ଏକ ବରଦାନ ସାବ୍ୟସ୍ତ ହୋଇପାରେ ।

    ଯଦି ଏହି ସବୁ ସମସ୍ୟାର ସାମ୍ନା କରୁଛନ୍ତି ତେବେ ଚାଉଳ ଖୀରି ବଦଳରେ ମଖାନା ଖିରୀ ଖାଇବାର ଅଭ୍ୟାସ କରନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    88 %
    1.6kmh
    5 %
    Mon
    24 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ