Friday, October 2, 2026
25.2 C
Odisha

    ମଙ୍ଗଳବାର ହତ୍ୟା, ଶନିବାର ଡବଲ ଏନକାଣ୍ଟର

    ଆଗକୁ ପଢନ୍ତୁ

    ରାଉରକେଲା : ମଙ୍ଗଳବାର ହତ୍ୟା, ଶନିବାର ଏନକାଣ୍ଟର। ଇସ୍ପାତ ସହରରେ ଡବଲ ଏନକାଉଣ୍ଟର। ତୁଫାନ ବିନ୍ଧାଣୀ ହତ୍ୟା ଅଭିଯୁକ୍ତଙ୍କୁ ଗୋଡ଼ାଇ ଗୋଡ଼ାଇ ଗୁଳି କଲା ରାଉରକେଲା ପୋଲିସ। ଦୁଇ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର ପରେ ତାଙ୍କର ଅନ୍ୟ ତିନି ସହଯୋଗୀଙ୍କୁ ଗିରଫ କରିଛି ପୋଲିସ। ରାଉରକେଲା ର ସେକ୍ଟର ୭ ଥାନା ଅଞ୍ଚଳରେ ହତ୍ୟାକାଣ୍ଡ ଘଟାଇ ଫେରାର ଥିବା ଦୁର୍ଦାନ୍ତ ଅପରାଧୀଙ୍କ ବିରୋଧ ରେ ପୋଲିସ ନେଇଛି ବଡ଼ ଆକ୍ସନ।

    ଆଜି ସକାଳୁ ଝିରପାଣି ନଦୀ ପାଖ ଜଙ୍ଗଲରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର କରିଥିଲା ପୋଲିସ। ଦୁଇ ଅପରାଧୀ ହେଲେ ସୁଶାନ୍ତ ନାୟକ ଓରଫ୍ ନଣ୍ଡା ଓ ଚିନୁ ହରିପା। ଗୁଳିବିଦ୍ଧ ଅବସ୍ଥାରେ ଉଭୟଙ୍କୁ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏନକାଉଣ୍ଟର ପରେ ସହରର ବିଭିନ୍ନ ସ୍ଥାନରେ ଲୁଚିଥିବା ଅନ୍ୟ ତିନି ସହଯୋଗୀ ରୋହିତ ମୁଖୀ, ରୋହିତ ହରିପା ଏବଂ ଜନସନ୍ ନାଗଙ୍କୁ ଗିରଫ କରିଥିଲା ପୋଲିସ।

    ଗତ ମଙ୍ଗଳବାର ରାମେଶ୍ୱର ପଲ୍ଲୀର ତୁଫାନ ବିନ୍ଧାଣିଙ୍କୁ ସେକ୍ଟର-୬ ର ଏକ ସ୍କୁଲ ପଛପଟକୁ ଡାକି ଆଣି ଟାଙ୍ଗିଆ ଓ ଫାର୍ସାରେ ହାଣି ହତ୍ୟା କରିବା ସହ ଅନ୍ୟ ଜଣଙ୍କୁ ଗୁରୁତର ଆହତ କରିଥିଲେ। ଅପରାଧୀଙ୍କ ନିକଟରୁ ହତ୍ୟାରେ ବ୍ୟବହୃତ ୨ଟି ଟାଙ୍ଗିଆ, ଗୋଟିଏ ଫାର୍ସା ଓ ଗୋଟିଏ ପିସ୍ତଲ ସହ ମାଗଜିନ୍, ଗୁଳି, ଖୋକା ଏବଂ ୩ଟି ମୋବାଇଲ୍ ଫୋନ୍ ଜବତ ହୋଇଛି। ଗିରଫ ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ଅନେକ ଅପରାଧିକ ମାମଲା ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25.2 ° C
    25.2 °
    25.2 °
    76 %
    0.6kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ