Saturday, August 22, 2026
24.2 C
Odisha

    ମହିଳାଙ୍କ ଠାରୁ ଏକକୋଟି ୩୮ ଲକ୍ଷ ଠକିଥିବା ମହିଳା ଗିରଫ

    ଆଗକୁ ପଢନ୍ତୁ

    ଗଜପତି : ମହିଳାଙ୍କ ଠାରୁ ଏକକୋଟି ୩୮ଲକ୍ଷ ଠକାମୀ କରିଥିବା ମହିଳା ଗିରଫ । ପ୍ରାୟ ଦେଢ ବର୍ଷ ଧରି ଫେରାର ରହିବା ପରେ ଧୂର୍ତ୍ତ ମହିଳାଙ୍କୁ ଗିରଫ କଲା ପାରଳାଖେମୁଣ୍ଡି ଥାନା ପୋଲିସ । ବିଭିନ୍ନ ମହିଳାଙ୍କୁ ଅଧିକ ଲାଭ ଓ ଟଙ୍କା ଫେରସ୍ତର ମିଥ୍ୟା ପ୍ରତିଶ୍ରୁତି ଦେଇ ଅଭିଯୁକ୍ତ ଝିଲି ସାହୁ ଫେରାର ହୋଇଥିଲେ ।

    ଠକେଇର ଶିକାର ହୋଇଥିବା ଜାଣିବା ପରେ ମହିଳାମାନେ ଥାନାରେ ଅଭିଯୋଗ କରିଥିଲେ । ପ୍ରାୟ ୨୫ଜଣ ମହିଳାଙ୍କ ଲିଖିତ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ କରିଥିଲା । ସାକ୍ଷୀଙ୍କ ବୟାନ ରେକର୍ଡ ଏବଂ ସେମାନଙ୍କ ବ୍ୟାଙ୍କ କାରବାର ତଥ୍ୟ ସଂଗ୍ରହ କରିଥିଲା ପୋଲିସ ।

    ବ୍ୟାଙ୍କ ଖାତା ଯାଞ୍ଚ ପରେ ଅଭିଯୁକ୍ତଏବଂ ତାଙ୍କ ପରିବାର ସଦସ୍ୟଙ୍କ ଖାତାରେ ବିପୁଳ ପରିମାଣର ଅର୍ଥ କାରବାର ହୋଇଥିବା ଏବଂ ପୀଡ଼ିତଙ୍କଠାରୁ ଆସିଥିବା ଅର୍ଥ ବିଭିନ୍ନ ଖାତାକୁ ସ୍ଥାନାନ୍ତରିତ ହୋଇଥିବା ଜଣାପଡ଼ିଥିବା ପୋଲିସ କହିଛି । ଅଭିଯୁକ୍ତ ଝିଲି ଓ ତାଙ୍କ ମାଆଙ୍କ ନାମରେ ଥିବା କିଛି ଅସ୍ଥାବର ସମ୍ପତ୍ତିର ତଥ୍ୟ ମଧ୍ୟ ଠାବ କରିଛି ପୋଲିସ। ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ଆଉ ଦୁଇଟି ସମାନ ଢଙ୍ଗରେ ଠକେଇ ମାମଲା ରହିଛି । ଆଜି ତାକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା କହିଛନ୍ତି ପାରଳାଖେମୁଣ୍ଡି ଥାନା ଅଧିକାରୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.2 ° C
    24.2 °
    24.2 °
    95 %
    1.3kmh
    100 %
    Sat
    24 °
    Sun
    29 °
    Mon
    26 °
    Tue
    26 °
    Wed
    30 °

    ସମ୍ବନ୍ଧିତ