Saturday, May 30, 2026
39 C
Odisha

    ମଝି ଆକାଶରୁ ଫେରିଲା ଏୟାର ଇଣ୍ଡିଆ ବିମାନ, ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦିଲ୍ଲୀରେ କଲା ଅବତରଣ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଦିଲ୍ଲୀରୁ ସାନଫ୍ରାନ୍ସିସ୍କୋ ଯାଉଥିବା ଏୟାର ଇଣ୍ଡିଆ ବିମାନ ଅଧାରୁ ଫେରିଲା । ୩ ଘଣ୍ଟାରୁ ଅଧିକ ସମୟ ବିମାନ ଉଡ଼ାଣ ଭରିସାରିଥିବା ବେଳେ ଯାନ୍ତ୍ରିକ ତ୍ରୁଟି ପାଇଁ ଅଧାରୁ ଫେରିଆସିଛି । ବିମାନରେ ପ୍ରାୟ ୨୩୦ ଯାତ୍ରୀ ଥିଲେ । ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି । ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛି ଏୟାର ଇଣ୍ଡିଆ ।

    ଏୟାର ଇଣ୍ଡିଆର ପ୍ରବକ୍ତା କହିଛନ୍ତି, ଦିଲ୍ଲୀରୁ ସାନ୍ ଫ୍ରାନ୍ସିସ୍କୋ ଯାଉଥିବା ବିମାନ AI173 ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦିଲ୍ଲୀ ଫେରିଯାଇଛି । ଏହି ନିଷ୍ପତ୍ତି ଷ୍ଟାଣ୍ଡାଣ୍ଡ ପ୍ରୋଟୋକଲ ଦ୍ଷ୍ଟିରୁ ବିମାନକୁ ଫେରାଇ ନିଆଯାଇଛି । ବିମାନକୁ ସୁରକ୍ଷିତ ଭାବେ ଦିଲ୍ଲୀରେ ଅବତରଣ କରାଯାଇଛି । ବିମାନରେ ଯାନ୍ତ୍ରିକ ତ୍ରୁଟି ଯାଞ୍ଚ କରାଯାଉଛି । ଏୟାର ଇଣ୍ଡିଆ ଯାତ୍ରୀଙ୍କ ସମସ୍ୟା ପାଇଁ ଦୁଃଖ ପ୍ରକାଶ କରିଛି ।

    ଯାତ୍ରୀଙ୍କୁ ଖୁବଶୀଘ୍ର ଗନ୍ତବ୍ୟ ସ୍ଥଳକୁ ପଠାଯିବାକୁ ବିକଳ୍ପ ବ୍ୟବସ୍ଥା କରାଯାଉଛି । ଯାତ୍ରୀଙ୍କ ପାଇଁ ରିଫ୍ରେସମେଣ୍ଟ, ହୋଟେଲ ଏବଂ ରି-ସିଡ୍ୟୁଲିଂ ଭଳି ବ୍ୟବସ୍ଥା କରାଯାଉଛି । ଏୟାର ଇଣ୍ଡିଆ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଉଛି ।

    ପୂର୍ବରୁ ମାର୍ଚ୍ଚରେ ଦିଲ୍ଲରୁ ଭ୍ୟାଙ୍କୁଭର ଯାଉଥିବା ଏୟାର ଇଣ୍ଡିଆ ବିମାନ ୮ ଘଣ୍ଟା ଆକାଶରେ ଚକ୍କର କାଟିବା ପରେ ଦିଲ୍ଲୀ ଫେରିଆସିଥିଲା । ବିମାନଟି ଚୀନର ଏୟାରସ୍ପେସରୁ ଫେରୁଆସିଥିଲା । ଗତବର୍ଷ ଜୁନ ୧୨ରେ ହୋଇଥିବା ଅହମଦାବାଦ ବିମାନ ଦୁର୍ଘଟଣା ପରେ ଏୟାର ଇଣ୍ଡିଆର ସ୍ଥିତି ଖରାପ ରହିଛି । ଏହି ବିମାନ ଦୁର୍ଘଟଣାରେ ପ୍ରାୟ ୨୭୦ ଜଣଙ୍କ ଜୀବନ ଚାଲିଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    39 ° C
    39 °
    39 °
    29 %
    1.5kmh
    100 %
    Sat
    41 °
    Sun
    39 °
    Mon
    38 °
    Tue
    40 °
    Wed
    42 °

    ସମ୍ବନ୍ଧିତ