Friday, July 10, 2026
25.1 C
Odisha

    କୋଟପାଡ଼ର ନବୀନ ଓ ସୁବର୍ଣ୍ଣପୁରର ନିତେଶ, ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ କଲେ ବାଜିମାତ୍

    ଆଗକୁ ପଢନ୍ତୁ

    କୋଟପାଡ଼/ ସୁବର୍ଣ୍ଣପୁର: କୋରାପୁଟ ଜିଲ୍ଲା କୋଟପାଡ଼ ପାଇଁ ଗୌରବ ଆଣିଲେ ନବୀନ ଗୁପ୍ତା । ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ନବୀନ ୧୯ ନମ୍ବର ସ୍ଥାନ ହାସଲ କରିଛନ୍ତି । ଘରର ଆର୍ଥିକ ପରିସ୍ଥିତି ଠିକ ନଥିବା ସତ୍ୱେ କଠିନ ପରିଶ୍ରମ କରି ସେ ସାଉଁଟିଛନ୍ତି ସଫଳତା । ସଚୋଟତାର ସହ ଅଞ୍ଚଳବାସୀଙ୍କ ସେବା କରିବେ ବୋଲି କହିଛନ୍ତି ନବୀନ l ଏବେ ବିଭିନ୍ନ ମହଲରୁ ନବୀନଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛା ସୁଅ ।

    ସେହିଭଳି ସୁବର୍ଣ୍ଣପୁରରୁ ମଧ୍ୟ ଜଣେ ଛାତ୍ର ଏହି ପରୀକ୍ଷାରେ ପାସ୍ କରି ସୁନାମ ଅର୍ଜନ କରିଛନ୍ତି । ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ଅଷ୍ଟମ ସ୍ଥାନ ହାସଲ କରିଛନ୍ତି ସୁବର୍ଣ୍ଣପୁର ସୁନାମାଟିର ନିତେଶ କୁମାର ବାରିକ । ଶୋଭାଯାତ୍ରାରେ ନିତେଶଙ୍କୁ ଗାଁ ଲୋକେ ଦେଇଛନ୍ତି ସ୍ଵାଗତ ସମ୍ୱର୍ଦ୍ଧନା । ଗାଁ ଓ ପରିବାରରେ ଖୁସିର ଲହରି ଖେଳିଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.1 ° C
    25.1 °
    25.1 °
    85 %
    1.9kmh
    100 %
    Fri
    30 °
    Sat
    27 °
    Sun
    27 °
    Mon
    25 °
    Tue
    27 °

    ସମ୍ବନ୍ଧିତ