Monday, September 28, 2026
29.4 C
Odisha

    ମଣିପୁର ଜେଡିୟୁ ମୁଖ୍ୟ ବହିଷ୍କୃତ: ଏନ୍‌ଡିଏରୁ ଓହରିଯିବା ନେଇ ରାଜ୍ୟପାଳଙ୍କୁ ପତ୍ର ଲେଖିଥିଲେ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ନୀତୀଶ କୁମାରଙ୍କ ଜେଡିୟୁ ଆଜି ଦଳର ମଣିପୁର ରାଜ୍ୟ ସଭାପତି ବୀରେନ୍ଦ୍ର ସିଂହଙ୍କୁ ପଦରୁ ହଟାଇଦେଇଛି। ଜେଡିୟୁର କେନ୍ଦ୍ରୀୟ ନେତୃତ୍ବକୁ ଚକ୍‌ମା ଦେଇ ମଣିପୁର ଜେଡିୟୁ ସଭାପତି ରାଜ୍ୟପାଳଙ୍କୁ ଚିଠି ଲେଖି ବିଜେପି ସରକାରରୁ ସମର୍ଥନ ପ୍ରତ୍ୟାହାର କରାଯାଇଥିବା ଘୋଷଣା କରିଥିଲେ। ଦଳର ରାଜ୍ୟ ସଭାପତିଙ୍କ ଏଭଳି ଆଭିମୁଖ୍ୟରେ କ୍ଷୁବ୍ଧ ଜେଡିୟୁ  ତାଙ୍କୁ ବହିଷ୍କାର କରିଛି। ସୂଚନାଯୋଗ୍ୟ, ରାଜ୍ୟପାଳଙ୍କୁ ଲେଖିଥିବା ଚିଠିରେ  ବୀରେନ ସିଂହଙ୍କ ନେତୃତ୍ୱାଧୀନ ବିଜେପି ସରକାରରୁ ଜେଡିୟୁ ଓହରି ଆସିଥିବା କୁହାଯାଇଥିବାରୁ ଏହାକୁ ନେଇ ବଡ଼ ଧରଣର ହଇଚଇ ଆରମ୍ଭ ହୋଇଯାଇଥିଲା ଏବଂ ବିଜେପି ନେତୃତ୍ବ ଜେଡିୟୁ ସୁପ୍ରିମୋ ନୀତୀଶ କୁମାରଙ୍କ ଆଭିମୁଖ୍ୟ ଜାଣିବାକୁ ଚାହିଥିଲେ । ଏହାପରେ ନୀତୀଶ ତତ୍କାଳ ପଦକ୍ଷେପ ଗ୍ରହଣ କରି ରାଜ୍ୟ ସଭାପତିଙ୍କୁ ହଟାଇ ଦେଇଛନ୍ତି ଏବଂ ଏନ୍‌ଡିଏ ସହ ଦଳ ଦୃଢ଼ ଭାବେ ରହିଥିବା ଘୋଷଣା କରିଛନ୍ତି।  ଶୃଙ୍ଖଳାହୀନତା ଅଭିଯୋଗରେ ବୀରେନ୍ଦ୍ର ସିଂହଙ୍କୁ ତାଙ୍କ ପଦରୁ ହଟାଯାଇଛି ଏବଂ ମଣିପୁରରେ ବିଜେପି ନେତୃତ୍ବାଧୀନ ସରକାର ପ୍ରତି ଯଥାରୀତି ସମର୍ଥନ ଜାରି ରହିବ ବୋଲି ଜେଡିୟୁ କହିଛି।   ମଣିପୁର ଜେଡିୟୁ ସଭାପତିଙ୍କ ପଦକ୍ଷେପ  ଏକତରଫା ଥିଲା ଏବଂ ଦଳୀୟ ନେତୃତ୍ବ ସହ ସେ ଆଲୋଚନା କରିନଥିବାରୁ ଆମେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛୁ ବୋଲି ଦଳ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।

    ଏନ୍‌ଡିଏ ପ୍ରତି ଆମର ସମର୍ଥନ ରହିଛି ଏବଂ ଆଗକୁ ମଧ୍ୟ ରହିବ: ଜେଡିୟୁ 

    ଜେଡିୟୁ ଜାତୀୟ ମୁଖପାତ୍ର ରାଜୀବ ରଂଜନ ପ୍ରସାଦ ରାଜ୍ୟପାଳଙ୍କୁ ଲେଖାଯାଇଥିବା ଚିଠିକୁ ଭିତ୍ତିହୀନ କହିଛନ୍ତି।   ସେ କହିଛନ୍ତି ଯେ ଜେଡିୟୁ ବିଧା‌ୟକ ବିଧାନସଭାରେ ବିରୋଧୀ ଆସନରେ ବସିବେ ନାହିଁ।   ଜେଡିୟୁ ଉଭୟ ରାଜ୍ୟ ଏବଂ ଜାତୀୟସ୍ତରରେ ଏନ୍‌ଡିଏକୁ ସମର୍ଥନ କରୁଥିବା ସେ ସ୍ପଷ୍ଟ କରିଛନ୍ତି।  ସୂଚନାଯୋଗ୍ୟ, ଗତବର୍ଷ ମଧ୍ୟ ଏଭଳି ସମାନ ସ୍ଥିତି ଉପୁଜିଥିଲା। କନରାଡ଼ ସାଙ୍ଗମାଙ୍କ ନେତୃତ୍ବାଧୀନ ଏନ୍‌ପିପି (ନ୍ୟାସନାଲ ପିପୁଲ୍ସ ପାର୍ଟି) ମଣିପୁର ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଇଥିବା ବେଳେ  ଜେଡିୟୁର କେନ୍ଦ୍ରୀୟ ନେତୃବୃନ୍ଦ ଏଥିରୁ ଦୂରେଇ ରହିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.4 ° C
    29.4 °
    29.4 °
    68 %
    2.9kmh
    13 %
    Mon
    28 °
    Tue
    30 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ