Wednesday, October 7, 2026
22.1 C
Odisha

    ମଣିଷ ଶରୀରରେ ଲାଗିଲା ଘୁଷୁରିର କିଡନୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କିଡନୀ ରୋଗୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି ଜଣେ ଆମେରିକୀୟ ଡାକ୍ତର ତାସୋ କାୱାଇ। ମାସାଚୁସେଟସ ଜେନେରାଲ ହସ୍ପିଟାଲରେ ସେ ଜଣେ ୬୨ ବର୍ଷୀୟ କିଡନୀ ରୋଗୀ ରିଚାର୍ଡ ସ୍ଲେମ୍ୟାନଙ୍କଠାରେ ସଫଳତାର ସହ ଘୁଷୁରିର କିଡନୀ ପ୍ରତିରୋପଣ କରିଛନ୍ତି। ଗୁରୁତ୍ବପୂର୍ଣ୍ଣ ହେଉଛି ଏହି ଘୁଷୁରି ଜିନ୍ ପରିବର୍ତ୍ତନ ଦ୍ବାରା ସୃଷ୍ଟି । ପୂର୍ବରୁ କୌଣସି ଅଙ୍ଗଦାତା କିମ୍ବା ମସ୍ତିଷ୍କ ମୃତ ବ୍ୟକ୍ତିଙ୍କ ଶରୀରରୁ କିଡନୀ ଆଣି ପ୍ରତିରୋପଣ କରାଯାଉ ଥିବାବେଳେ ଘୁଷୁରୀ କିଡନୀ ମଣିଷଙ୍କଠାରେ ପ୍ରତିରୋପଣ ହେବା ପ୍ରଥମ ଘଟଣା। ଦ୍ବିତୀୟତଃ ପଶୁଙ୍କ ଅଙ୍ଗ ମଣିଷଙ୍କ ଶରୀରରେ ସଫଳତାର ସହ ପ୍ରତିରୋପଣ ହେବା ମଧ୍ୟ ଏକ ଚମତ୍କାରିତା। କାରଣ ମଣିଷ ଶରୀରକୁ ଲକ୍ଷ୍ୟରଖି ସମ୍ପୃକ୍ତ ଘୁଷୁରିର ଜିନ୍ ପରିବର୍ତ୍ତନ କରାଯାଇଥିଲା। ସମ୍ପ୍ରତି ରୋଗୀ ଜଣକ ସୁସ୍ଥ ଥିବା ଡାକ୍ତର ତାସୋ କାୱାଇଙ୍କ ସୂତ୍ରରୁ ପ୍ରକାଶ।

    ଏହି ସଫଳତା ପରେ ବହୁ କିଡନୀ ତଥା ଅନ୍ୟ ରୋଗୀଙ୍କ ଶରୀରରେ ପଶୁଙ୍କ ଅଙ୍ଗ ପ୍ରତିରୋପଣର ରାସ୍ତା ସଫା ହେବା ସହ ନୂଆ ଆଶା ସଞ୍ଚାର ହୋଇଛି। ରିଚାର୍ଡ ଗତ ୭ ବର୍ଷ ହେଲା ଡାଏଲିସିସ୍ ଦ୍ବାରା ବଞ୍ଚିଥିଲେ। ୨୦୧୮ରେ ମଧ୍ୟ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା କିନ୍ତୁ ବିଶେଷ ସଫଳତା ମିଳିନଥିଲା।ଅପରପକ୍ଷରେ କିଡନୀ ଅଣାଯାଇଥିବା ଘୁଷୁରୀର ୧୦ଟି ବିଭିନ୍ନ ଜିନ୍ ପରିବର୍ତ୍ତନ କରାଯାଇଥିଲା। ଯାଦ୍ବାରା ଏହା ମଣିଷ ଶରୀରକୁ ଖାପ୍ ଖୁଆଇପାରିବ। ତେବେ ୨୦୨୨ରେ ମ୍ୟାରୀଲ୍ୟାଣ୍ଡର ଜଣେ ଡାକ୍ତର ଏକ ଘୁଷୁରିର ହୃଦ୍ଯନ୍ତ୍ରକୁ ଜଣେ ମଣିଷଠାରେ ସଫଳତାର ସହ ପ୍ରତିରୋପଣ କରିଥିଲେ କିନ୍ତୁ ଏହା ସଫଳ ହୋଇନଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.1 ° C
    22.1 °
    22.1 °
    86 %
    1.1kmh
    0 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ