Tuesday, October 27, 2026
27.4 C
Odisha

    ଶ୍ରୀମନ୍ଦିର ଭିତରେ ପ୍ରବେଶ ବେଳେ ଧରାପଡିଲେ ମହିଳା ବିଦେଶୀ ପର୍ଯ୍ୟଟକ

    ଆଗକୁ ପଢନ୍ତୁ

    ପୁରୀ: ପୁରୀ ଶ୍ରୀମନ୍ଦିର ଭିତରେ ପ୍ରବେଶ ବେଳେ ଧରାପଡିଲେ ମହିଳା ବିଦେଶୀ ପର୍ଯ୍ୟଟକ। ସେବାୟତଙ୍କ ଦ୍ୱାରା ମହିଳା ବିଦେଶୀ ପର୍ଯ୍ୟଟକଙ୍କୁ ଚିହ୍ନଟ କରାଯାଇଛି। ସିଂହଦ୍ଵାର ଥାନାରେ ମହିଳା ବିଦେଶୀ ପର୍ଯ୍ୟଟକଙ୍କ ସମେତ ଅନ୍ୟ ଜଣେ ଯୁବକଙ୍କୁ ଅଟକ ରଖାଯାଇଛି। ବାଇଶିପାହାଚ ନିକଟରୁ ବିଦେଶିନୀଙ୍କୁ ଚିହ୍ନଟ କରିଥିଲେ ସେବାୟତ। ମହିଳା ବିଦେଶୀ ପର୍ଯ୍ୟଟକ ଜଣଙ୍କ ପୋଲାଣ୍ଡ ନାଗରିକ ହୋଇଥିବା ବେଳେ, ସେ ଶ୍ରୀମନ୍ଦିର ଭିତରକୁ କେଉଁ କାରଣରୁ ପ୍ରବେଶ କଲେ ସେନେଇ ପୋଲିସ ଅଧିକ ଅନୁସନ୍ଧାନ କରୁଛି। ବିଦେଶିନୀଙ୍କ ସହିତ ଅନ୍ୟ ଜଣେ ଯୁବକ ଏକ ଦଳ ସହ ଶ୍ରୀମନ୍ଦିର ଭିତରକୁ ପଶିଥିବା ଜଣାପଡିଛି। ତାଙ୍କ ପାସପୋର୍ଟ ଯାଞ୍ଚ କରାଯାଉଥିବା ବେଳେ, ବିଦେଶିନୀ ଜଣକ ୨୦୨୩ରେ ଭାରତକୁ ଆସିଥିବା ଅତିରିକ୍ତ ଏସପି ସୁଶୀଲ ମିଶ୍ର ସୂଚନା ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.4 ° C
    27.4 °
    27.4 °
    60 %
    4.6kmh
    98 %
    Tue
    27 °
    Wed
    22 °
    Thu
    22 °
    Fri
    25 °
    Sat
    27 °

    ସମ୍ବନ୍ଧିତ