Tuesday, September 29, 2026
23.2 C
Odisha

    ମଧ୍ଯପ୍ରାଚ୍ୟକୁ ଫେରିବେ ଶାନ୍ତି, ୬୦ ଦିନିଆ ଯୁଦ୍ଧବିରତି ପାଇଁ ଆମେରିକା-ଇରାନ ମଧ୍ୟରେ ଚୁକ୍ତି

    ଆଗକୁ ପଢନ୍ତୁ

    ମଧ୍ଯପ୍ରାଚ୍ୟକୁ ଫେରିବେ ଶାନ୍ତି। ଆମେରିକା-ଇରାନ ମଧ୍ୟରେ ବଡ଼ ଚୁକ୍ତି। ହରମୁଜ୍ ଷ୍ଟ୍ରେଟ ଖୋଲିବା ଏବଂ ୬୦ ଦିନିଆ ଯୁଦ୍ଧବିରତି ପାଇଁ ଆମେରିକା-ଇରାନ ମଧ୍ୟରେ ଚୁକ୍ତି। ଏବେ କେବଳ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଗ୍ରୀନ ସିଗନାଲକୁ ଅପେକ୍ଷା। ସାମୁଦ୍ରିକ ବାଣିଜ୍ୟ ପରିବହନ ପାଇଁ ଗୁରୁତ୍ୱପୂର୍ଣ୍ଣ ପଥ ହରମୁଜ୍ ଷ୍ଟ୍ରେଟକୁ ପୁଣିଥରେ ସ୍ୱାଭାବିକ କରିବା ଏବଂ ଚାଲିଥିବା ବିବାଦକୁ ରୋକିବା ପାଇଁ ଆମେରିକା ଓ ଇରାନ ମଧ୍ୟରେ ଏକ ୬୦ ଦିନିଆ ଅସ୍ଥାୟୀ ବୁଝାମଣାପତ୍ର ସ୍ୱାକ୍ଷର ହେବାକୁ ଯାଉଛି। ଏହି ଜରିଆରେ ଇରାନର ପରମାଣୁ କାର୍ଯ୍ୟକ୍ରମକୁ ନେଇ ଆଗକୁ କଥାବାର୍ତ୍ତା ପାଇଁ ରାସ୍ତା ଖୋଲିବ ବୋଲି କୁହାଯାଇଛି।

    ପ୍ରସ୍ତାବିତ ଚୁକ୍ତି ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚୂଡ଼ାନ୍ତ ମଞ୍ଜୁରୀ ଅପେକ୍ଷାରେ ରହିଛି । ଚୁକ୍ତି ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା କହିଛନ୍ତି ଟ୍ରମ୍ପ। କିନ୍ତୁ ଆମେରିକାର ସ୍ୱାର୍ଥ ଏବଂ ଇରାନକୁ ପରମାଣୁ ଅସ୍ତ୍ର ନିର୍ମାଣରୁ ଦୂରେଇ ରଖିବା ଭଳି ସର୍ତ୍ତପୂରଣ ହେଲେ ହିଁ ସେ ଏହାକୁ ଅନୁମୋଦନ କରିବେ ବୋଲି କହିଛନ୍ତି। ପ୍ରମୁଖ ସର୍ତ୍ତମଧ୍ୟରେ ରହିଛି ଷ୍ଟ୍ରେଟ ଅଫ ହରମୁଜରୁ ବିସ୍ଫୋରକ ହଟାଇବା। ଆସନ୍ତା ୩୦ ଦିନ ମଧ୍ୟରେ ଇରାନ ସେଠାରେ ବିଛାଇଥିବା ସମସ୍ତ ସାମୁଦ୍ରିକ ବିସ୍ଫୋରକ ହଟାଇବ। ଇରାନ ମାଇନ୍ସ ହଟାଇବା ସହିତ ଆମେରିକା ମଧ୍ୟ ସେହି ଅଞ୍ଚଳରୁ ନିଜର ନୌସେନା ଅବରୋଧକୁ ଧୀରେ ଧୀରେ ହଟାଇବ।

    ଯାହାଦ୍ୱାରା ବାଣିଜ୍ୟିକ ଜାହାଜ ଚଳାଚଳ ବିନା କୌଣସି ଶୁଳ୍କରେ ସହଜରେ ହୋଇପାରିବ। ଦୁଇ ଦେଶ ମଧ୍ୟରେ ୬୦ ଦିନ ପର୍ଯ୍ୟନ୍ତ କୌଣସି ଆକ୍ରମଣ ହେବ ନାହିଁ। ଉଭୟଙ୍କ ସହମତିରେ ଏହି ଅବଧିକୁ ଆଗକୁ ମଧ୍ୟ ବଢ଼ାଯାଇପାରିବ। ଏହି ସମୟ ମଧ୍ୟରେ ଇରାନ ଉପରୁ ପ୍ରତିବନ୍ଧକ ହଟାଇବା ଏବଂ ପରମାଣୁ କାର୍ଯ୍ୟକ୍ରମ ଉପରେ ଦୀର୍ଘକାଳୀନ ଆଲୋଚନା ହେବ। ଏହି ଆଲୋଚନା ମଧ୍ୟସ୍ଥିମାନଙ୍କ ଜରିଆରେ କରାଯାଇଛି। ଆମେରିକା ପକ୍ଷରୁ ଷ୍ଟିଭ୍ ୱିଟକଫ୍ ଏବଂ ଜାରେଡ୍ କୁସନରଙ୍କ ସହ ଜଡ଼ିତ ପ୍ରତିନିଧିମାନେ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଆମେରିକା- ଇରାନ ବିବାଦ ଯୋଗୁଁ ବିଶ୍ୱ ବଜାରରେ ଅଶୋଧିତ ତେଲ ଦରରେ ବଡ଼ ଅସ୍ଥିରତା ଦେଖାଦେଇଥିଲା। ଯଦି ଏହି ୬୦ ଦିନିଆ ଚୁକ୍ତି ସଫଳ ହୁଏ, ତେବେ ଆନ୍ତର୍ଜାତୀୟ ସ୍ତରରେ ଜାହାଜ ଚଳାଚଳ ସୁରକ୍ଷିତ ହେବ। ବିଶ୍ୱବ୍ୟାପୀ ବଢ଼ୁଥିବା ମୁଦ୍ରାସ୍ଫୀତି ବା ମହଙ୍ଗା ମାଡ଼ରୁ ସାଧାରଣ ଜନତାଙ୍କୁ ମଧ୍ୟ ବଡ଼ ଆଶ୍ୱସ୍ତି ମିଳିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.2 ° C
    23.2 °
    23.2 °
    87 %
    1.3kmh
    4 %
    Mon
    23 °
    Tue
    30 °
    Wed
    30 °
    Thu
    29 °
    Fri
    30 °

    ସମ୍ବନ୍ଧିତ