Friday, November 20, 2026
20.1 C
Odisha

    ମଧ୍ୟପ୍ରାଚ୍ୟରୁ ଫେରିଲେଣି ୫୨ ହଜାର ଭାରତୀୟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ଯୁଦ୍ଧ ଯୋଗୁଁ ମଧ୍ୟପ୍ରାଚ୍ୟରେ ଅଟକି ରହିଥିବା ଭାରତୀୟଙ୍କ ମଧ୍ୟରୁ ଶନିବାର ସୁଦ୍ଧା ୫୨ ହଜାର ନାଗରିକ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିସାରିଛନ୍ତି। ମଧ୍ୟପ୍ରାଚ୍ୟର କେତେକ ରାଷ୍ଟ୍ର ସେମାନଙ୍କର ଆକାଶସୀମାକୁ ଆଂଶିକ ଖୋଲା ରଖିବା ଫଳରେ ଏହି ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ସମ୍ଭବ ହୋଇପାରିଛି ବୋଲି ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

    ଫେବୃଆରୀ ୨୮ରେ ଯୁଦ୍ଧ ଲାଗିବା ପରେ ଏହି ରାଷ୍ଟ୍ରରେ ରହିଥିବା ଭାରତୀୟଙ୍କ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଥିଲା। ଜରୁରୀ କାର୍ଯ୍ୟ ବ୍ୟତୀତ ବାହାରକୁ ନ ବାହାରିବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଆବଶ୍ୟକ ପଡିଲେ ସଂପୃକ୍ତ ରାଷ୍ଟ୍ରରେ ଥିବା ଭାରତୀୟ ଦୂତାବାସ ସହ ଯୋଗାଯୋଗ କରିବାକୁ ମଧ୍ୟ କୁହାଯାଇଥିଲା। ଏହି ନାଗରିକଙ୍କୁ ସହାୟତା ଯୋଗାଇବାକୁ ଭାରତୀୟ ଦୂତାବାସରେ ଚବିଶ ଘଣ୍ଟିଆ ହେଲପ୍‌ ଲାଇନ ଖୋଲାଯାଇଛି। ମାର୍ଚ୍ଚ ୧ରୁ ୭ ମଧ୍ୟରେ ୩୨ ହଜାର ଭାରତୀୟ ଘରୋଇ ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ଏୟାରଲାଇନ୍ସ ଯୋଗେ ସ୍ବଦେଶ ଫେରିଥିବାବେଳେ ଅନ୍ୟମାନେ ବିଦେଶୀ ଏୟାରଲାଇନ୍ସର ସୁବିଧା ନେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    20.1 ° C
    20.1 °
    20.1 °
    99 %
    1.9kmh
    100 %
    Fri
    20 °
    Sat
    24 °
    Sun
    28 °
    Mon
    29 °
    Tue
    28 °

    ସମ୍ବନ୍ଧିତ