ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟ ଯୁଦ୍ଧ ନେଇ ଦେଶବାସୀଙ୍କୁ ବଡ଼ ଆହ୍ବାନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶ ପ୍ରେମ କେବଳ ଦେଶ ପାଇଁ ମାରିବା ନୁହେଁ, ଦେଶ ପାଇଁ ବଂଚିବା ବୋଲି କହିଲେ । ପଶ୍ଚିମ ଏସିଆ ଯୁଦ୍ଧ ସ୍ଥିତି ପାଇଁ ଦେଶ ସଂକଟରେ ଗତିକରୁଛି । ତେଣୁ ଇ-ଯାନର ବହୁଳ ବ୍ୟବହାର ପାଇଁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ ମୋଦି । ଖାଲି ସେତିକି ନୁହେଁ ପେଟ୍ରୋଲ, ଡିଜେଲ କମ୍ ବ୍ୟବହାର କରିବା ସହ ଆଗାମୀ ବର୍ଷେ ପାଇଁ ସୁନା ନ କିଣିବାକୁ ପରାମର୍ଶ ଦେଲେ । ନିହାତି ଆବଶ୍ୟକ ନହେଲେ ଗାଡି ବ୍ୟବହାର ନ କରିବାକୁ ପରାମର୍ଶ ଦେଲେ । ଏମିତିକି ଘରୋଇ ଉତ୍ସବ ଅନୁଷ୍ଠାନରେ ମଧ୍ୟ ସୁନା ନ କିଣିବାକୁ ପରାମର୍ଶ ଦେଲେ । ସେହିପରି ଖାଦ୍ୟରେ ତେଲ, ଚାଷରେ ରାସାୟନିକ ସାର ବ୍ୟବହାର ନକରି ଜୈବିକ ପଦ୍ଧତିରେ ଚାଷ କର ବୋଲି କହିଲେ । ଚାକିରୀ ପାଇଁ ଏକ ବର୍ଷ ଯାଏଁ ବିଦେଶ ଯାତ୍ରାରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଲେ । ୱାର୍କ ଫ୍ରମ ହୋମ୍ କାର୍ଯ୍ୟକାରୀ କରିବାକୁ ଆହ୍ବାନ ଦେଲେ । ଆମକୁ ବିଦେଶୀ ମୁଦ୍ରା ସଞ୍ଚୟ କରି ରଖିବାକୁ ପଡ଼ିବ ବୋଲି କହିଲେ ପ୍ରଧାନମନ୍ତ୍ରୀ ମୋଦି । ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ଦେଶବାସୀ ଏକତ୍ରିତ ହୋଇ ରୁହନ୍ତୁ । ସମସ୍ତଙ୍କ ଛୋଟ ପ୍ରୟାସ ଦେଶକୁ ବଡ଼ ଲାଭ ଦେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
