Friday, October 2, 2026
30.6 C
Odisha

    ଆସାମରେ ପୁଣି ‘ହିମନ୍ତ’ ରାଜ୍, ଆସନ୍ତା ୧୨ ତାରିଖରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ

    ଆଗକୁ ପଢନ୍ତୁ

    ଆସାମରେ ପୁଣି ‘ହିମନ୍ତ’ ରାଜ୍ । ଆସନ୍ତା ୧୨ ତାରିଖରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହିମନ୍ତ ବିଶ୍ୱଶର୍ମା । ଆସାମର ବିକାଶ ଓ ଅସ୍ମିତାକୁ ନେଇ ଆରମ୍ଭ ହେବାକୁ ଯାଉଛି ‘ହିମନ୍ତ ୨.୦’ ର ନୂଆ ଅଧ୍ୟାୟ! । ଆସାମ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ NDA ମେଣ୍ଟ ଏକ ଐତିହାସିକ ସଫଳତା ହାସଲ କରିଛି। ହିମନ୍ତ ବିଶ୍ୱଶର୍ମାଙ୍କୁ ସର୍ବସମ୍ମତି କ୍ରମେ ବିଜେପି ବିଧାୟକ ଦଳ ଓ NDAର ନେତା ଭାବେ ନିର୍ବାଚିତ କରାଯାଇଛି ।

    ଆଜି ଗୌହାଟୀଠାରେ ଅନୁଷ୍ଠିତ ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଜେ.ପି. ନଡ୍ଡାଙ୍କ ଉପସ୍ଥିତିରେ ଏହି ନିଷ୍ପତ୍ତି ନିଆଯାଇଛି। ଆସାମର ୧୨୬ଟି ଆସନ ମଧ୍ୟରୁ NDA ମେଣ୍ଟ ୧୦୨ଟି ଆସନରେ ବିଜୟୀ ହୋଇ ପ୍ରବଳ ବହୁମତ ପାଇଛି। ବିଜେପି ୮୨ଟି ଆସନ, AGP ଏବଂ BPF ପ୍ରାୟ ୨୦ଟି ଆସନ ଓ କଂଗ୍ରେସ ମାତ୍ର ୧୯ଟି ଆସନରେ ସୀମିତ ରହିଛି। ହିମନ୍ତ ବିଶ୍ୱଶର୍ମା ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଛନ୍ତି ।

    ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଅତିଥି ଭାବେ ଯୋଗଦେବାର ସମ୍ଭାବନା ରହିଛି। ୧ ଫେବୃଆରୀ ୧୯୬୯ରେ ଜନ୍ମିତ ହିମନ୍ତ ବିଶ୍ୱଶର୍ମା ଜଣେ ଦକ୍ଷ ଆଇନଜୀବୀ ଓ ଟାଣୁଆ ରାଜନେତା। ସେ ନିଜର ପାରମ୍ପରିକ ଆସନ ଜାଲୁକବାରୀରୁ ଏଥର ୮୦,ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ୨୦୦୧ରୁ କଂଗ୍ରେସ ସହ ରାଜନୀତି ଆରମ୍ଭ କରିଥିବା ହିମନ୍ତ ୨୦୧୫ରେ ବିଜେପିରେ ଯୋଗ ଦେଇଥିଲେ। ୧୦ ମେ’ ୨୦୨୧ ରେ ସେ ଆସାମର ୧୫ତମ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.6 ° C
    30.6 °
    30.6 °
    57 %
    2.7kmh
    31 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ